www.samajalive.in
Saturday, December 6, 2025
15.1 C
Bhubaneswar

ମଦ ପିଇ ନାଗିନ୍‍ ଡାନ୍ସ କଲେ ୬ ପୁଲିସ କର୍ମୀ: ଭିଡିଓ ଭାଇରାଲ୍‍

ହାଇଦ୍ରାବାଦ: ତେଲଙ୍ଗାନାର କୋଥୁର ପୁଲିସ ଷ୍ଟେସନର ୬ ଜଣ ପୁଲିସ କର୍ମୀଙ୍କ ଏକ ଭିଡିଓ ଶନିବାରଠାରୁ ଭାଇରାଲ୍‍ ହେଉଛି। ସେମାନେ ଖୁଲ୍ଲମ୍‍ଖୁଲ୍ଲା ମଦ ପିଇ ନାଗିନ୍‍ ଡାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନଜର ଆସୁଥିବା ପୁଲିସ କର୍ମୀ ଘଟଣା ସମୟରେ କାର୍ଯ୍ୟରତ ନ ଥିଲେ। ସେମାନେ ସମସ୍ତେ ଜଣେ କନଷ୍ଟେବଳଙ୍କ ବିବାହରେ ଯୋଗ ଦେବାକୁ ଯାଇଥିଲେ। ଭିଡିଓ ଭାଇରାଲ୍‍ ହେବା ପରେ ସାଇବରାବାଦ ପୁଲିସ କମିଶନର ଭିସି ସଜ୍ଜନାର୍‍ ଦଣ୍ଡ ସ୍ୱରୂପ ସେମାନଙ୍କୁ କମିଶନରେଟ୍‍ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ୬ ଜଣ ପୁଲିସ କର୍ମୀ ହେଉଛନ୍ତି, ସହାୟକ ଉପ-ନିରୀକ୍ଷକ ବାଲାସ୍ୱାମୀ, କନଷ୍ଟେବଳ ଅଶୋକ ରେଡ୍ଡି, ଅମରନାଥ, ଚନ୍ଦ୍ର ମୋହନ, ଭେଙ୍କଟେଶ ଗୌଡ଼ ଓ ରାମକୃଷ୍ଣ ରେଡ୍ଡି।

- Advertisement -

ଭିଡିଓରେ ପୁଲିସ କର୍ମୀମାନେ କନଷ୍ଟେବଳଙ୍କ ବିବାହ ମଣ୍ଡପ ନିକଟରେ ଥିବା ସେମାନଙ୍କ ଗାଡ଼ି ଆଗରେ ଗୀତ ବଜାଇ ପାର୍ଟି କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ୨ ଜଣ ମଦ୍ୟ ପାନ କରି ନାଚିବାକୁ ଲାଗୁଛନ୍ତି। ଏହାପରେ ଅନ୍ୟମାନେ ମଧ୍ୟ ତାଙ୍କ ସହ ନାଚିବାକୁ ଲାଗୁଛନ୍ତି। ଏହି ଘଟଣା ୧୦ ଦିନ ପୂର୍ବର କିନ୍ତୁ ଶନିବାରଠାରୁ ଏହି ଭିଡିଓ ଭାଇରାଲ ହେଉଛି। ଏହି ଘଟଣାକୁ ସାଧାରଣ ନାଗରିକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଦୃଢ ନିନ୍ଦା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories