www.samajalive.in
Saturday, December 6, 2025
14.1 C
Bhubaneswar

ଏସସିବିକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ; ୧୦ ଜଣ ବିଶିଷ୍ଟ ଚିକିତ୍ସକ ହେଲେ ପରାମର୍ଶଦାତା

କଟକ : କଟକସ୍ଥିତ ଏସସିବି (ଶ୍ରୀରାମଚନ୍ଦ୍ର ଭଞ୍ଜ) ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଜଣ ବିଶିଷ୍ଟ ଚିକିତ୍ସକଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଖ୍ୟାତାନାମ ଚିକିତ୍ସକଙ୍କ ମଧ୍ୟରୁ ୭ ଜଣ ‘ପଦ୍ମ’ ପୁରସ୍କାରପ୍ରାପ୍ତ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟମାନେ ଏସସିବି ମେଡ଼ିକାଲର ଏସସିବି ଆଲୁମ୍‍ନି ଅଛନ୍ତି। ଏହି ପରାମର୍ଶ ଦାତାମାନେ ହେଲେ ପଦ୍ମଭୂଷଣ ପ୍ରାପ୍ତ ଡ଼ାକ୍ତର ରମାକାନ୍ତ ପଣ୍ଡା, ପଦ୍ମଭୂଷଣ ପ୍ରାପ୍ତ ଡ଼ାକ୍ତର ଦେବୀ ସେଠୀ, ପଦ୍ମଭୂଷଣ ପ୍ରାପ୍ତ ଡ଼ାକ୍ତର କେ ଶ୍ରୀନାଥ ରେଡ୍ଡୀ, ପ୍ରଫେସର ସୁବତ୍ର ଆଚାର୍ଯ୍ୟ, କିଡ଼ନି ପ୍ରତ୍ୟୋରୋପଣ ଲାଗି ବିଖ୍ୟାତ ପଦ୍ମଶ୍ରୀ ପ୍ରଫେସର ମୁକୁତ ମିଞ୍ଜ, ପଦ୍ମଶ୍ରୀ ପ୍ରଫେସର ଡ଼ାକ୍ତର ଦିଗମ୍ବର ବେହେରା, ପଦ୍ମଶ୍ରୀ ଡ଼ାକ୍ତର ରଞ୍ଜନ ବଦୱେ, ଡ଼ାକ୍ତର ଜଗତ ନରୁଲା, ଡ଼ାକ୍ତର ଜିଏନ୍‍ ରାଓ ଓ ପ୍ରଫେସର ଡ଼ାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories