www.samajalive.in
Sunday, December 14, 2025
14.1 C
Bhubaneswar

ଡବଲ ମର୍ଡର ଘଟଣା : ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସର ବନ୍ଦ ପାଳନ

ବାଙ୍କୀ: ଖଜୁରିପଦା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଶନିବାର ବାଙ୍କୀ ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି। ସ୍ଥାନୀୟ କଂଗ୍ରେସ ଦଳ ବିଧାୟକ ଦେବାଶିଷ ପଟ୍ଟାନାୟକଙ୍କ ନେତୃତରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ବାଙ୍କୀ-ବାରଙ୍ଗ-ତ୍ରିଶୁଳିଆରୁ ଆରମ୍ଭ କରି ଜାତମୁଣ୍ଡିଆ-ନରସିଂହପୁର-ଅନୁଗୁଳ ରାସ୍ତା ପର୍ଯ୍ୟନ୍ତ ଏହି ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି।  କଂଗ୍ରେସ କର୍ମୀମାନେ ବାଙ୍କୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏହାର ପ୍ରଭାବରେ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଗାଡି ଚଳାଚଳ ଏକ ରକରମର ଠପ୍ ହୋଇଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିନାହିଁ।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଅପରାହ୍ନରେ ବାଙ୍କୀ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ବାଇଁ ଓ ଜଣେ ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଯୋକଲାଂଜି ଠାରେ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ। ଏହି ଘଟଣାକୁ ଦୁଇ ସପ୍ତାହ ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ କୌଣସି ଅଭିଯୁକ୍ତକୁ ଗିରଫ କରିନାହିଁ। ଏହାର ପ୍ରତିବାଦରେ କଂଗ୍ରେସ ବନ୍ଦ ପାଳନ କରିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories