www.samajalive.in
Wednesday, December 10, 2025
23.1 C
Bhubaneswar

ପୂର୍ବାଞ୍ଚଳର ବିକାଶ ଉପରେ ଅଧିକ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି : ଅମିତ ଶାହା

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସହ-ଅଧ୍ୟକ୍ଷତା କରିବା ସହ ଆୟୋଜକ ଭାବେ ଯୋଗ ଦେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରମେଶ ଓରାଓଁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଜିଏସଟି ପ୍ରକ୍ରିୟାକରଣ ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ପାଣ୍ଠି ହସ୍ତାନ୍ତରଣ ପ୍ରସଙ୍ଗ ଉଠାଇଥିଲେ। ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ ପଟୁ ପରିଚାଳନା ନୀତି ଗଠନ ଲାଗି ଅନୁରୋଧ କରିଥିଲେ।

Image Source : PIB

୨୪ତମ ବୈଠକରେ ଉଦବୋଧନ ଦେଇ ଶ୍ରୀ ଶାହା ପରିଷଦର ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହିତ ସମସ୍ତ କେନ୍ଦ୍ର-ରାଜ୍ୟ ଓ ଆନ୍ତଃରାଜ୍ୟ ପ୍ରସଙ୍ଗର ସହମତି ଭିତ୍ତିରେ ସମାଧାନ ଦିଗରେ ଏହି ବୈଠକ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆଧାରରେ ବ୍ୟାପକ ବିଚାର ଆଲୋଚନା ପରେ ସହମତି ଭିତିରେ ନିଆଯାଇଥିବା ନିଷ୍ପତ୍ତି
କାର୍ଯ୍ୟକାରୀ ହେବା ଉଚିତ। ଏହାଦ୍ୱାରା ଦେଶର ସଂଘୀୟ ଢାଞ୍ଚା ଆହୁରି ସୁଦୃଢ଼ ହୋଇପାରିବ। ଆଞ୍ଚଳିକ ପରିଷଦ ବ୍ୟବସ୍ଥା ଫଳପ୍ରଦ ହୋଇଥିବାରୁ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ନିକଟରେ ଅନୁଷ୍ଠିତ ଆଞ୍ଚଳିକ ପରିଷଦ ବୈଠକଗୁଡ଼ିକରେ ୭୦% ପ୍ରସଙ୍ଗର ସମାଧାନ କରାଯାଇଛି ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି ବୋଲି ସେ ସୂଚନା ଦେଇଥିଲେ।
ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡ଼ି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଓଡ଼ିଶାର ଉତରାଞ୍ଚଳ ଜିଲ୍ଲାରେ ନୂଆପଡ଼ା-ଗୁଣପୁର ଥେରୁବାଲି ରେଳପଥକୁ ସମ୍ପ୍ରସାରିତ କରିବା, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ପେନସନ ଦେୟତାର ନିର୍ଦ୍ଧାରଣ, ଭାରତ ସରକାରଙ୍କ କୋଇଲା କମ୍ପାନୀଗୁଡ଼ିକ ଦ୍ୱାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଦ୍ୱାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ ଓ ବଳାତ୍କାର ଭଳି ମାମଲାର ଦ୍ରୁତ ତଦନ୍ତ ଆଦି ପ୍ରସଙ୍ଗରେ ପରିଷଦ ଆଲୋଚନା କରିଥିଲା।

- Advertisement -
Image Source : PIB

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବାଞ୍ଚଳର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ବୋଲି ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସେ ଆଶା ବ୍ୟକ୍ତ କରିଥିଲେ ଯେ ଏଜେଣ୍ଡାରେ ଥିବା ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ଆଜିର ବୈଠକ ନିର୍ଣ୍ଣାୟକ ଏବଂ ଫଳପ୍ରଦ ହୋଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଏଜେଣ୍ଡାରେ ସ୍ଥାନିତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଆଇନଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର
ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଯାହା ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ଜୋର ଦେଇଥିଲେ। ସେ ମଧ୍ୟ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବା ଉପରେ ଜୋର ଦେଇଥିଲେ ଯାହାଦ୍ୱାରା ଉପାନ୍ତ ଅଞ୍ଚଳର ଲୋକମାନେ ଲାଭାନ୍ୱିତ ହୋଇପାରିବେ।
ଶେଷରେ ଗୃହମନ୍ତ୍ରୀ କହିଥିଲେ ଯେ କେବଳ ଆଞ୍ଚଳିକ ପରିଷଦ ବୈଠକରେ ନୁହେଁ ନିୟମିତ ଆଲୋଚନା ମାଧ୍ୟମରେ ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସଙ୍ଗର ସମାଧାନ କରାଯିବା ଆବଶ୍ୟକ। ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦେବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବାସ୍ତବ ଭାବନା ସହିତ ଏହି ବୈଠକର ସମାପନ ହୋଇଥିଲା।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories