www.samajalive.in
Saturday, December 13, 2025
26.1 C
Bhubaneswar

ଦିଲ୍ଲୀ ପୁଲିସର ମଙ୍ଗ ଧରିବେ ଏନ.ଏନ. ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହିଂସାକୁ ରୋକିବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଥିବାରୁ ହାଇକୋର୍ଟ ପୁଲିସ ବିଭାଗକୁ ଭର୍ତ୍ସନା କରିଥିଲେ। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଦିଲ୍ଲୀ ପୁଲିସର ମଙ୍ଗ ଧରିବାକୁ ଯାଉଛନ୍ତି ଆଇପିଏସ ଅଧିକାରୀ ଏସ. ଏନ. ଶ୍ରୀବାସ୍ତବ। ଦିଲ୍ଲୀର ବର୍ତ୍ତମାନର ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଆସନ୍ତା ୨୯ ତାରିଖରେ ଅବସର ନେଉଥିବାବେଳେ ତାଙ୍କ ସ୍ଥାନରେ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରାଯାଇଛି। ୧୯୮୫ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଶ୍ରୀବାସ୍ତବ ଜାମ୍ମୁ-କାଶ୍ମୀରରେ ସିଆରପିଏଫରେ ନିଯୁକ୍ତ ଥିଲେ। ତାଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ମଙ୍ଗଳବାର ନିର୍ଦେଶ ଦିଆଯାଇଥିଲା। ଶ୍ରୀବାସ୍ତବ ତାଙ୍କ କାର୍ଯ୍ୟକାଳରେ ଆଇପିଏଲ ମ୍ୟାଚ୍‌ ଫିକ୍ସିଂର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲେ। ସେତେବେଳେ ସେ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲ୍‌ରେ ସ୍ବତନ୍ତ୍ର ପୁଲିସ କମିଶନର ଥିଲେ।

ସୂଚନା ଅନୁସାରେ, ଦିଲ୍ଲୀ ପୁଲିସର ବର୍ତ୍ତମାନ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଫେବୃୟାରୀ ୨୯ରେ ଅବସର ନେବେ। ମାସକ ଆଗରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ମାସ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା, ଯାହା ଫେବୃୟାରୀ ୨୯ରେ ଶେଷ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories