www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ, ମାସମାସ ଧରି ସୋଲାର ପାନୀୟ ଜଳ ଯୋଗାଣ ବନ୍ଦ

କଳାହାଣ୍ଡି : ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଦେଖାଯାଇଛି। ସୋଲାର ଦ୍ବାରା ମାସ ମାସ ଧରି ପାନୀୟ ଜଳ ଯୋଗାଣ ବନ୍ଦ ପଡି ଥିବାରୁ ବର୍ତ୍ତମାନ ଗ୍ରାମ ମାନଙ୍କରେ ଜଳ ସଙ୍କଟ ଦେଖା ଦେଇଛି। ଲାଞ୍ଜିଗଡ଼ ପଞ୍ଚାୟତର ଗୌଡ଼ ପଡାଠାରେ ଆଜିକି ୩ ମାସ ହେଲା ବନ୍ଦ ଥିବା ବେଳେ ସାପ୍ତାହିକ ବଜାରପଡାରେ ୧୫ଦିନ ହେଲା ସୋଲାରର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ପଡିଛି। ସେହିପରି ଛତ୍ରପୁର ପଞ୍ଚାୟତର ଟାଙ୍ଗନକଣା ଗ୍ରାମରେ ୬ ମାସ ହେଲା ବନ୍ଦ ପଡିଥିବା ବେଳେ ବାରବୁଲି ଗାଁଠାରେ ଆଜିକୁ ୮ମାସ ତଳେ ଠିକାଦାର ସୋଲାର ଓ ପାଣିଟାଙ୍କି ବସାଇ ପାଣି ପାଇପ କାମ ଅଧପନ୍ତରିୟା କରି ଛାଡି ଦେଇ ଚାଲିଯାଇଛି।

ଯେତେ କହିଲେ ମଧ୍ୟ ଠିକାଦାର ଶୁଣୁନି ବୋଲି ବାରବୁଲି ଗାଁ ଲୋକେ କହୁଥିଲା ବେଳେ ସେହି ଆଦିବାସୀ ଗାଁରେ ବର୍ତ୍ତମାନ ଗୋଟିଏ ନଳକୂପ ଅଛି। ଯାହାଫଳରେ ଜଳସ୍ତର କମିବାରେ ଲାଗିଛି। ପୁଣି ପୂର୍ବ ପରି ବାରହାତୀ ନାଳର ପାଣି ପାନୀୟ ଜଳ ରୂପେ ବ୍ୟବହାର କରିବାକୁ ପଡିବ ବୋଲି ଲୋକେ ପ୍ରକାଶ କରିଛନ୍ତି। ସେହିପରି ବସନ୍ତପଡା ପଞ୍ଚାୟତର ବୁଣ୍ଡେଲ ଗ୍ରାମରେ ମଧ୍ୟ ସୋଲାର ମୋଟର ଖରାପ ଯୋଗୁଁ ମାସ ମାସ ହେଲା ଜଳଯୋଗାଣ ବନ୍ଦ ପଡିଥିବା ବେଳେ ଚମ୍ପାଦେଇ ପୁର ପଞ୍ଚାୟତର ଚନ୍ଦନପୁର ଓ ଜଗନ୍ନାଥ ପୁର ପଞ୍ଚାୟତର ସିମିଳିଭଟା ଗ୍ରାମଠାରେ ଆଜିକି ୨ ବର୍ଷ ହେଲା ଅଚଳ ଅବସ୍ଥାରେ ପଡିରହିଛି। ଫଳରେ ଏହି ପଞ୍ଚାୟତ ମାନଙ୍କର ଗ୍ରାମ ମାନଙ୍କରେ ଜଳ ସଙ୍କଟ ଦେଖା ଦେଇ ଥିବା ବେଳେ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଆଜିକି ପ୍ରାୟ ୩ ବର୍ଷ ହେଲା ବ୍ଲକର ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ ସୋଲାର ପାଣି ଟାଙ୍କି ପାନୀୟ ଜଳ ଯୋଗାଣ ପାଇଁ ସ୍ଥାପନ କରା ଯାଇଛି।

- Advertisement -

ଯାହା ଫଳରେ ଲୋକେ ସୁବିଧାରେ ପାନୀୟ ଜଳ ବେବହାର କରୁଥିଲେ ମଧ୍ୟ ଅସୁବିଧା ମଧ୍ୟ ଭୋଗିବାକୁ ପଡୁଛି। କାରଣ ଏହି ସୋଲାର ପାଣି ଟାଙ୍କିକୁ ପାଣି ଯୋଗାଇବା ପାଇଁ ନଳକୂପ ମାନଙ୍କ ଠାରେ ହିଁ ପାଣି ଉଠାଇବା ପାଇଁ ମୋଟର ସଂଯୋଗ କରାଯାଇଛି। ସୋଲାର ପମ୍ପ ଦ୍ବାରା ପାଣି ଟାଙ୍କିକୁ ଯିବା ଦ୍ବାରା ନଳକୂପ ପାଇଁ ଜଳସ୍ତର କମି ଯାଉଛି। ଯାହା ଫଳରେ ସମସ୍ତ ନଳକୂପ ବର୍ତ୍ତମାନ ଅଚଳ ଅବସ୍ଥାରେ ପଡି ରହିଛି।ସୋଲାରର ଯାନ୍ତ୍ରିକ ତ୍ରୁଟି ହେଲେ ସେହି ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି। ମାସ ମାସ ଧରି ଅଚଳ ହୋଇ ପଡି ରହିଥିବା ନଳକୂପରେ ପାଇପ କାର୍ବନ ହୋଇ ପାଣି ବାହାରୁ ନଥିବା ଲୋକେ କହୁଛନ୍ତି। ଆଗକୁ ଖରାଦିନ ଆସୁଥିବା ବେଳେ ସୋଲାର ଯାନ୍ତ୍ରିକ ତ୍ରୁଟି କି ମୋଟର ପ୍ରତି ଦୃଷ୍ଟି ନଦେଲେ ଆହୁରି ଅଧିକ ପାନୀୟ ଜଳର ସଙ୍କଟ ଦେଖା ଦେବାର ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀମାନେ ପ୍ରକାଶ କରି ଥିବା ବେଳେ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories