www.samajalive.in
Wednesday, December 10, 2025
23.1 C
Bhubaneswar

ସେଫାଳିଙ୍କୁ ସେହ୍ବାଗଙ୍କ ଉଚ୍ଚପ୍ରଶଂସା

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଯୁବ ଓପନର୍‌ ସେଫାଳି ବର୍ମା ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥ​‌ିଲେ। ସେଫାଳିଙ୍କ ପ୍ରଦର୍ଶନକୁ ଉଚ୍ଚପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ।
ସେହ୍ବାଗ ଟ୍ବିଟ୍ କରି ସେଫାଳିଙ୍କୁ ଜଣେ ରକ୍‌ଷ୍ଟାର ବୋଲି ଦର୍ଶାଇବା ସହ ସେ ରନ୍‌ କରିନଥିଲେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ହରାଇବା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ମତ ଦେଇଛନ୍ତି। ସେହିପରି ସେଫାଳିଙ୍କ ଭଲ ଭବିଷ୍ୟତ କାମନା କରିଛନ୍ତି ସେହ୍ବାଗ। ସୂଚନାଥାଉକି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୩୩ ରନ୍‌ ସଂଗ୍ରହ କରିଥିଲା। ସେଫାଳି ୩୪ଟି ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ସହାୟତାରେ ୪୬ ରନ୍‌ କରିଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ବୋଲର ଭଲ ବୋଲିଂ କରିବାରୁ ନ୍ୟୁଜିଲାଣ୍ଡ ୩ ରନ୍‌ରେ ପରାସ୍ତ ହୋଇଥିଲା। ସେହ୍ବାଗଙ୍କ ବ୍ୟତୀତ ଲକ୍ଷ୍ମଣ ମଧ୍ୟ ସେଫାଳି ଓ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories