www.samajalive.in
Wednesday, December 10, 2025
23.1 C
Bhubaneswar

ୱାର୍ଣ୍ଣର ସନ୍‌ରାଇଜର୍ସ ହାଇଦରାବାଦର ଅଧିନାୟକ

ନୂଆଦିଲ୍ଲୀ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳର ଅଧିନାୟକ ଭାବେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଡେଭିଡ୍ ୱାର୍ଣ୍ଣରଙ୍କୁ ପୁନର୍ବାର ଅବସ୍ଥାପିତ କରାଯାଇଛି।
ସୂଚନାଥାଉକି ୱାର୍ଣ୍ଣରଙ୍କ ନେତୃତ୍ବରେ ହାଇଦରାବାଦ୍‌ ଦଳ ୨୦୧୬ରେ ଆଇପିଏଲ୍‌ ଚମ୍ପିଆନ୍‌ ହୋଇଥିଲା। ତେବେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ ଅଭିଯୋଗରେ ୱାର୍ଣ୍ଣର କ୍ରିକେଟ୍‌ରୁ ଗୋଟିଏ ବର୍ଷ ବାସନ୍ଦ ହୋଇଥିବା ବେଳେ ତାଙ୍କୁ ସନ୍‌ରାଇଜର୍ସ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ୨୦୧୯ ସଂସ୍କରଣରେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌ ହାଇଦରାବାଦ୍‌ ଦଳର ନେତୃତ୍ବ ନେଇଥିଲେ। ୱାର୍ଣ୍ଣରଙ୍କ ବାସନ୍ଦାଦେଶ ସମୟ ଶେଷ ହୋଇଥିବା ବେଳେ ସେ ଅଷ୍ଟ୍ରେଲିଆ ଦଳ ତରଫରୁ ଖେଳୁଛନ୍ତି। ଆଇପିଏଲ୍‌ର ଚଳିତ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଗୁରୁବାର ୱାର୍ଣ୍ଣରଙ୍କୁ ଅଧିନାୟକ ପଦରେ ପୁନଃ ଅବସ୍ଥାପିତ କରାଯାଇଥିବା ସନ୍‌ରାଇଜର୍ସ ଦଳର ମ୍ୟାନେଜମେଣ୍ଟ ତରଫରୁ ଘୋଷଣା କରାଯାଇଛି। ହାଇଦରାବାଦ୍‌ ଦଳର ଅଧିନାୟକ ପଦରେ ପୁନଃ ଅବସ୍ଥାପିତ ହେବା ପରେ ୱାର୍ଣ୍ଣର ଏକ ଭିଡିଓ ଜାରି କରି ବେଶ୍‌ ଖୁସିଥିବା ସୂଚନା ଦେଇଛନ୍ତି। ଏଥିସହ ତାଙ୍କୁ ପୁନର୍ବାର ଦଳର ନେତୃତ୍ବ ନେବାର ସୁଯୋଗ ଦେଇଥିବାରୁ ସେ ସନ୍‌ରାଇଜର୍ସ ଦଳର ମ୍ୟାନେଜମେଣ୍ଟକୁ ସାଧୁବାଦ ଜଣାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ୱିଲିୟମସନ୍‌ ଯେପରି ଭାବେ ଦଳକୁ ପରିଚାଳନା କଲେ ସେଥିପାଇଁ ୱିଲିୟମସନ୍‌ଙ୍କୁ ୱାର୍ଣ୍ଣର କୃତଜ୍ଞତା ଜଣାଇଛନ୍ତି। ଅଧିନାୟକ ଭାବେ ପୁନଃ ଅବସ୍ଥାପିତ ହୋଇଥିବାରୁ ସେ ଦଳକୁ ଚଳିତ ସିିଜିନ୍‌ରେ ଚମ୍ପିଆନ୍ କରାଇବାକୁ ପ୍ରୟାସ ଜାରି ରଖିବେ ବୋଲି ୱାର୍ଣ୍ଣର କହିଛନ୍ତି।
୨୦୧୮ ମସିହା ମାର୍ଚ୍ଚରେ କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ ଅଭିଯୋଗରେ ୱାର୍ଣ୍ଣର ଏବଂ ଷ୍ଟିଭେନ୍‌ ସ୍ମିଥ୍‌ ଗୋଟିଏ ବର୍ଷ ଲେଖାଏଁ ଏବଂ କାମେରନ୍‌ ବାନ୍‌କ୍ରଫ୍ଟ ୯ମାସ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ। ସେହିବର୍ଷ ଆଇପିଏଲ୍‌ରେ ଖେଳିବାର ସୁଯୋଗ ନ ମିଳିବାରୁ ୱାର୍ଣ୍ଣର ଦଳର ଅଧିନାୟକ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ବାସନ୍ଦ ସମୟ ଶେଷ ହେବା ପରେ ୱାର୍ଣ୍ଣର ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ବେଶ୍‌ ସଫଳତା ହାସଲ କରିଛନ୍ତି। ସେ ଗତବର୍ଷ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ତରଫରୁ ୬୪୭ ରନ୍‌ ସଂଗ୍ରହ କରିଥିଲେ। ସେହିପରି କିଛିଦିନ ତଳେ ୱାର୍ଣ୍ଣରଙ୍କୁ ସମ୍ମାନଜନକ ଆଲାନ୍‌ ବର୍ଡର ପଦକ ମିିଳିଥିଲା। ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ୱାର୍ଣ୍ଣର ଭଲ ପ୍ରଦର୍ଶନ କରିିଥିଲେ। ଗତବର୍ଷ ଆଇପିଏଲ୍‌ରେ ୱାର୍ଣ୍ଣର ହାଇଦରାବାଦ୍‌ ଦଳ ତରଫରୁ ୧୨ଟି ମ୍ୟାଚ୍‌ ଖେଳି ୬୯୨ ରନ୍‌ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ଗୋଟିଏ ଶତକ ଓ ୮ଟି ଅର୍ଦ୍ଧଶତକ ରହିଥିଲା। ଦଳ ଏଲିମିଟେନର୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ ନିକଟରୁ ପରାସ୍ତ ହୋଇଥିଲା। ଚଳିତ ସିଜିନ୍‌ରେ ହାଇଦରାବାଦ୍‌ ଦଳ ନିଜର ପ୍ରଥମ ମ୍ୟାଚ୍‌ ଏପ୍ରିଲ୍‌ ୧ରେ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ଖେଳିବ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories