www.samajalive.in
Wednesday, December 10, 2025
23.1 C
Bhubaneswar

ମହିଳା ଫୁଟ୍‌ବଲରେ କରିସ୍ମାଙ୍କ କରିସ୍ମା

ଭୁବନେଶ୍ବର : ମହିଳା ଫୁଟବଲର ଅନ୍ୟତମ ପ୍ରମୁଖ ଖେଳାଳି ହେଉଛନ୍ତି ପ୍ରତିଭାବାନ ଷ୍ଟ୍ରାଇକର କରିସ୍ମା ସିର୍ଭୋଏକର। ଗୋଆ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଭାରତୀୟ ଦଳର ଖେଳାଳି କରିସ୍ମା ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି। ଗୁରୁବାର ଖେଳା ଯାଇଥିବା କିଟ୍‌ ବିପକ୍ଷ ମ୍ୟାଚରେ କରିସ୍ମା ୪ଟି ଗୋଲ୍‌ଦେଇ ଦଳକୁ ଜିତାଇଥିଲେ। କରିସ୍ମାଙ୍କ କରିସ୍ମାକୁ ନେଇ ବେଶ ର୍ଚଚ୍ଚା ହୋଇଛି। କରିସ୍ମା ଖୁବ୍‌ କମ୍‌ ବୟସରୁ ଖେଳ ପ୍ରତି ମନ ବଳାଇଥିଲେ। ୫ମ ଶ୍ରେଣୀରେ ପଢୁଥିବା ସମୟରେ ଫୁଟବଲ ଖେଳ ଆରମ୍ଭ କରିଥିଲେ। ଭାରତୀୟ ଜୁନିୟର ଓ ସିନିୟର ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିବା କରିସ୍ମା ଗତବର୍ଷ ସ୍ପେନ୍‌ରେ ପାଲାମୋଜ୍‌ ସିଏଫ୍‌ ସହିତ ପ୍ରଶିକ୍ଷିତ ହେବା ନିମନ୍ତେ ମନୋନୀତ ହୋଇଥିଲେ। କରିସ୍ମା ନିଶ୍ଚିତ ଭା​‌େ​‌ବ ଜଣେ ଭଲ ଖେଳାଳି। ଅଧିକ ଖେଳ ସୁଯୋଗ ତାଙ୍କୁ ଆହୁରି ପରିମାର୍ଜିତ କରିବ। ଏଥିପାଇଁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ବିଶେଷ କୃତଜ୍ଞତା ଦିଆଯିବା ଆବଶ୍ୟକ। ଏହି ବାଳିକାଙ୍କ ମଧ୍ୟରୁ ଅନେକଙ୍କ ପାଇଁ ପଡ଼ିଆରେ ସମୟ ବିତାଇବା ସେମାନଙ୍କ ଲାଗି ମୂଲ୍ୟଯୁକ୍ତ ହେବ। ଏହା ସେମାନଙ୍କ ଦୀର୍ଘ କ୍ରୀଡ଼ା ଜୀବନରେ ସହାୟକ ହେବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ପ୍ରଶିକ୍ଷକ ମାୟମଲ୍‌ ରକି କହିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories