www.samajalive.in
Wednesday, December 10, 2025
23.1 C
Bhubaneswar

କ୍ୟାଟ୍ରିନାଙ୍କ ମୋଟରସାଇକଲ ନିଶା

ମୁମ୍ବଇ : ସୁନ୍ଦରୀ କ୍ୟାଟ୍ରିନା କେଫ୍ ଅଭିନୟ ଓ ନିଜ ଫିଟ୍‌ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କଠାରେ ଅନ୍ୟ ଏକ ପ୍ରତିଭା ମଧ୍ୟ ରହିଛି। ସେ ବାବଦରେ ଖୁବ୍ କମ୍ ବଲିଉଡ ବନ୍ଧୁମାନେ ଅବଗତ। ଏକ ସାକ୍ଷାତକାର୍‌ରେ ପ୍ରଥମେ ହ୍ରିତିକ୍ ରୋଶନ୍ ଏ ସଂକ୍ରାନ୍ତରେ କହିଥିଲେ। ପରବର୍ତ୍ତୀ ସମୟରେ କ୍ୟାଟ୍ରିନାଙ୍କ ପୂର୍ବତନ ଘନିଷ୍ଠ ବନ୍ଧୁ ରଣବୀର କପୁର ମଧ୍ୟ ପ୍ରକାଶ କରିଥିଲେ। ମୋଟରସାଇକଲ୍ କ୍ୟାଟ୍ରିନା ଖୁବ୍ ଭଲ ଭାବେ ଚଳାଇପାରନ୍ତି। ‘ଜିନ୍ଦେଗୀ ନା ମିଲେଗୀ ଦୋବାରା’ ଚଳଚ୍ଚିତ୍ରର ଗୋଟିଏ ଗୀତର ଦୃଶ୍ୟରେ କ୍ୟାଟ୍ରିନା ମଟରସାଇକଲ ଚଳାଇଛନ୍ତି। ପଛରେ ତାଙ୍କର ହ୍ରିତିକ୍ ମଧ୍ୟ ବସିଛନ୍ତି। ସାକ୍ଷାତକାର୍‌ରେ ହ୍ରିତିକ୍ କହିଥିଲେ, ଏହି ଦୃଶ୍ୟର ସୁଟିଂ ପୂର୍ବରୁ ସେ ଖୁବ୍ ଡରିଯାଇଥିଲେ। ଜଣେ ଯୁବତୀ ମୋଟରସାଇକଲ ଭଲଭାବେ ଚଳାଇବାକୁ ସେ ଆଦୌ ଗ୍ରହଣ କରିପାରୁନଥିଲେ। ଶେଷରେ ଅନନ୍ୟୋପାୟ ହୋଇ ସେ କ୍ୟାଟ୍‌ଙ୍କ ପଛରେ ବସିଲେ। ଏହା ପରେ ତାଙ୍କ ମନର ଭୁଲ୍ ଧାରଣା ଦୂର ହୋଇଥିଲା। କ୍ୟାଟ୍ରିନା ତାଙ୍କ ଠାରୁ ମଧ୍ୟ ଭଲ ମୋଟରସାଇକଲ ଚଳାଇପାରନ୍ତି ବୋଲି ହ୍ରିତିକ୍‌ଙ୍କ ମତ। ସମାନ କଥା ରଣବୀର କପୁର ମଧ୍ୟ କହିଛନ୍ତି। ଦୁହିଁଙ୍କ ମଧ୍ୟରେ ଯେତେବେଳେ ବନ୍ଧୁତା ଥିଲା, ସେ ସମୟରେ ଦୁହେଁ ହେଲମେଟ୍ ପିନ୍ଧି ମୁମ୍ବଇ ରାସ୍ତାରେ ରାତିବେଳା ଖୁବ୍ ବୁଲୁଥିଲେ। ଅଧିକାଂଶ ଦିନ କ୍ୟାଟ୍ରିନା ହିଁ ମଟରସାଇକଲ ଚଳାନ୍ତି ଓ କ୍ୟାଟ୍ରିନାଙ୍କ ସୁରକ୍ଷିତ ଗାଡ଼ି ଚଳାଇବାର ଶୈଳୀର ସେ ସବୁଠୁ ବଡ଼ ପ୍ରଶଂସକ ବୋଲି ରଣବୀରଙ୍କ ମତ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories