BJD Bijuli 480×75 Mob

ପରିବହନ ବିଭାଗର ଅଜବ ନିୟମ, କାର ଚାଳକ ହେଲମେଟ ନ ପିନ୍ଧିଲେ ଫାଇନ୍

BJD Bijuli 480×75 Mob

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ପରିବହନ ବିଭାଗର ଅଜବ ନିୟମ । କାର ଚାଳକଙ୍କଠୁ ହେଲମେଟ ନ ପିନ୍ଧିଥିବା ଫାଇନ କାଟୁଛି ଜିଲ୍ଲା ପରିବହନ ବିଭାଗ । ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଝାଡ଼ୁଆପଡାର ଚନ୍ଦ୍ର କୁମାର ବେହେରା ମେଡିକାଲ କାମରେ ନିଜ ସ୍ତ୍ରୀ ସହିତ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ସେତିକିବେଳେ ଫାର୍ମ ରୋଡ ସ୍ଥିତ ରାଧାନାଥ କମୁନିଟି ସେଣ୍ଟର ସମ୍ମୁଖରେ ପୋଲିସ ପକ୍ଷରୁ ହେଲମେଟ ଚେକିଙ୍ଗ ହେଉଥିଲା । ଏହି ସମୟରେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଗାଡ଼ି ଅଟକାଇବା ପାଇଁ କହିଥିଲା। ଗାଡ଼ି ଅଟକାଇବା ପରେ ଜନୈକ ସବ୍‌ଇନ୍ସପେକ୍ଟର ତାଙ୍କ ହାତରେ ଯେଉଁ ଚାଲାଣ ରସିଦ ଧରାଇଥିଲେ, ସେଥିରେ କାର ନମ୍ବର ସହ ହେଲମେଟ ନପିନ୍ଧି ଥିବାରୁ ୧ହଜାର ଟଙ୍କା ଫାଇନ୍‌ ବୋଲି ଉଲ୍ଲେଖ ରହିଥିଲା। ଯାହା ଦେଖି ଚାଳକ ଚନ୍ଦ୍ରକୁମାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ସେ ସମ୍ବଲପୁର ଆରଟିଓରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ସମ୍ବଲପୁର ଡିଏସ୍‌ପି ହିମାଂଶୁ ବେହେରା କହିଛନ୍ତି କାର ଚାଳାକଙ୍କୁ ହେଲମେଟ ଫାଇନ୍‌ ହୋଇଥିବା ଅଭିଯୋଗ ତାଙ୍କ ପାଖକୁ ଆଜି ଆସିଛି। ଏହି ଅଭିଯୋଗ ପାଇବା ପରେ ସେ ତଦନ୍ତ ଆରମ୍ଭ କରି ଦେଇଛନ୍ତି। । ତେଵେ କାର ନମ୍ବର ଟି ଓଡି ୧୫ ଡି ୬୪୪୬ (ଇଣ୍ତିଗୋ ଇ ସି ଏସ) ଚାରି ଚକିଆ ଗାଡି ହୋଇଥିବା ଵେଳେ ହେଲ ମେଟ ନପିନ୍ଧି ଥିବା ବୋଲି ୧୦୦୦ ହଜାରେ ଟଙ୍କାର ଚାଲାଣ କଟିବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।

Comments are closed.