www.samajalive.in
Saturday, December 6, 2025
23.1 C
Bhubaneswar

ଅଚାନକ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ

ଗଞ୍ଜାମ : ସ୍କୁଲକୁ ଅଚାନକ ପରିଦର୍ଶନ କରି ପାଠ ପଢ଼ାଇଲେ ଜିଲ୍ଲାପାଳ । ଗୁରୁବାର ଦିନ ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯାଇଥିଲେ। ସେଠାରେ ସରକାରୀ କାର୍ଯ୍ୟ ଓ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସେଠାରୁ ଫେରିବା ବେଳେ ରାସ୍ତାରେ ଶତ୍ରୁଶୋଲ ଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇଥିଲେ। ଷଷ୍ଠ ଶ୍ରେଣୀରେ କ୍ଳାସ ଚାଲୁଥିବା ଦେଖି ଭିତରକୁ ଯାଇଥିଲେ। ସେଠାରେ ଇଂରାଜୀ କ୍ଲାସ ଚାଲିଥିବା ଦେଖି ପିଲାଙ୍କୁ ସୁନ୍ଦର ହସ୍ତାକ୍ଷର, ସ୍ପେଲିଂ ବିଷୟରେ ପଚାରିଥିଲେ। ତେବେ ସ୍ପେଲିଂ କିଭଳି ଭଲ ହେବ ତାହା ଉପରେ ଗୁରୁତ୍ୱ ଦେବାକୁ ସ୍କୁଲ ଶିକ୍ଷକଙ୍କୁ କହିବା ସହ କିଭଳି ହସ୍ତାକ୍ଷର ସୁନ୍ଦର ହେବ ତାହା ବିଷୟରେ ପିଲାଙ୍କୁ ବ୍ଲାକ ବୋର୍ଡ଼ରେ ଲେଖି ଦେଖାଇଥିଲେ। ଏହା ପରେ ସ୍କୁଲକୁ କିଭଳି ଆସୁଛ, ଆଗାମୀ ବାର୍ଷିକ ପରୀକ୍ଷାରେ ଭଲ ମାର୍କ ପାଇଁ ପଢ଼ାରେ ଅଧିକ ମନୋନିବେଶ କରିବାକୁ କହିଥିଲେ। ଏଥିସହ ସ୍କୁଲ ପରିସର ସଫା ରଖିବା ସହ ଗଛ ଲଗେଇବାକୁ ସ୍କୁଲର ପ୍ରିନସିପାଲଙ୍କୁ କହିଥିଲେ। ଜିଲ୍ଲାପାଳ ଏହି ପରିଦର୍ଶନ ବେଳେ ସ୍ଥାନୀୟ ସମିତି ସଭ୍ୟ ସୁରଥ ପ୍ରଧାନ, ଵିଡିଓ ଜ୍ୟୋତି ଶଙ୍କର ରାୟଙ୍କ ସମେତ ସ୍କୁଲ ପରିଚାଳନା ସଭ୍ୟ ମାନେ ପ୍ରମୁଖ ଉପସ୍ଥିତ ଥିଲେ। ଜ଼ିଲ୍ଲାପାଳ ଏହି ଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଉଛି। ଜିଲ୍ଲାପାଳ ପୃର୍ବରୁ ମଧ୍ୟ୍ୟ ଅନ୍ୟ କିଛି ସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ପଢ଼ଉ ଥିବାର ନଜିର ରହିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories