www.samajalive.in
Saturday, December 6, 2025
16.1 C
Bhubaneswar

ହିଂସା ପ୍ରଭାବିତ ଅଞ୍ଚଳ ବୁଲିଲେ କେଜ୍ରିୱାଲ: ୧୮ ମାମଲା ରୁଜୁ, ୧୧୬ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାକୁ ନେଇ ପୁଲିସ ୧୮ଟି ମାମଲା ରୁଜୁ କରିଛି। ଏହା ସହିତ ଜାଫରାବାଦ, ମୌଜପୁର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ହିଂସା ସୃଷ୍ଟି କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୧୧୬ ଜଣଙ୍କୁ ପୁଲିସ ବୁଧବାର ସୁଦ୍ଧା ଗିରଫ କରିଛି। ଅନ୍ୟପଟେ ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ପରିସ୍ଥିତି ବିଷୟରେ ଅବଗତ ହୋଇଛନ୍ତି। ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ହିଂସା ଯୋଗୁ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮୯ ଜଣ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସରକାରଙ୍କ ପକ୍ଷରୁ ହିଂସା ପ୍ରଭାବିତ ଅଞ୍ଚଳ ପାଇଁ ୨ଟି ହେଲ୍‌ପଲାଇନ୍‌(୨୨୮୨୯୩୩୪ ଏବଂ ୨୨୮୨୯୩୩୫) ନମ୍ବର ଜାରି କରାଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ପରେ ପୁଲିସ ଏହି ପଦକ୍ଷେପ ନେଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories