www.samajalive.in
Friday, December 12, 2025
15.1 C
Bhubaneswar

ବାଲାକୋଟ୍ ଏୟାରଷ୍ଟ୍ରାଇକକୁ ପୂରିଲା ବର୍ଷେ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ଲାଗି ଭାରତୀୟ ବାୟୁସେନା ପାକ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ କରିଥିବା ଏୟାରଷ୍ଟ୍ରାଇକ। ୨୦୧୯ ଫେବୃୟାର ୨୬ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଏହି ଏୟାରଷ୍ଟ୍ରାଇକକୁ ଇତି ମଧ୍ୟରେ ବର୍ଷେ ପୂରିଛି। ଶତ୍ରୁ ମାଟିରେ ପ୍ରବେଶ କରି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଭାରତୀୟ ବାୟୁସେନା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିଥିଲା।

୨୦୧୯ ଫେବୃଆରୀ ୧୪ ତାରିଖ ଭାରତୀୟମାନଙ୍କ ମନରୁ କେବେ ଲିଭିବନି କାରଣ ଏହିଦିନ ଆତଙ୍କବାଦୀମାନେ ଖେଳିଥିଲେ ଜାମ୍ମୁ-କାଶ୍ମୀରର ପୁଲୱାମାରେ କରିଥିବା ବିସ୍ଫୋରଣରେ ଭାରତ ହରାଇଥିଲା ତାର ୪୦ ବୀରପୁତ୍ରଙ୍କୁ। ଭାରତର ଏହି ବୀରପୁତ୍ର ଅତି ବିଭତ୍ସ ଭାବେ ବିସ୍ଫୋରଣରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ଉଚିତଦଣ୍ଡ ଦେବା ପାଇଁ ଭାରତୀୟ ବାୟୁସେନା କରିଥିଲା ବାଲାକୋଟ ଏୟାରଷ୍ଟ୍ରାଇକର ପରିକଳ୍ପନା। ଭାରତର ୪୦ ବୀରପୁତ୍ରଙ୍କ ବଦଳରେ ନେଇଥିଲା ୩୦୦ ଆତଙ୍କୀଙ୍କ ମୁଣ୍ଡ। ୧୪ ଫେବୃଆରୀରେ ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ୨୬ ଫେବୃଆରୀରେ ନେଇଥିଲା ଭାରତ।

- Advertisement -

ପାକିସ୍ତାନ ସୀମାରେ ପଶି ଭାରତୀୟ ବାୟୁସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ।
୨୬ ଫେବ୍ରୁଆରିର ବିଳମ୍ବିତ ରାତ୍ରିରେ ଦେଶର ଆଭ୍ୟନ୍ତରରେ ଥିବା ବାୟୁସେନାର ଭିନ୍ନ ଭିନ୍ନ ଏକାଧିକ ଏୟାର ବେସରୁ ୧୨ଟି ମିରାଜ୍ ୨୦୦୦ ବିମାନ ଶ୍ରୀନଗର ଅଭିମୁଖେ ଉଡ଼ାଣ ଭରିଥିଲେ । ସର୍ଟକର୍ଟ ଉଡ଼ାଣ ନଭରି ଲମ୍ବା ଉଡ଼ାଣ ଭରି ମିରାଜ୍ ୨୦୦୦ ସବୁ ଯାଇ ପହଞ୍ଚିଥିଲା ଶ୍ରୀନଗରରେ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ । ଶ୍ରୀନଗରରେ ପହଞ୍ଚିବା ପରେ ସମସ୍ତ ବିମାନର ରେଡିଓ ସିଗନାଲ କନେକ୍ଟିଭିଟିକୁ ବନ୍ଦ କରି ଦିଆ ଯାଇଥିଲା । ପରେ ସମସ୍ତ ମିରାଜ୍ ୨୦୦୦ ବିମାନ ଏକକାଳୀନ ଭାବେ ସୀମା ଅତିକ୍ରମ କରି ପାକିସ୍ତାନର ଖାଇବର୍ ପୋଖତନଓ୍ଵା ପ୍ରୋଭିନ୍ସର ବାଲାକୋଟ୍ ସହର ଅଭିମୁଖେ ଅଗ୍ରସର ହୋଇଥିଲା ।

ପରେ ଠିକ୍ ୩ଟା ୩୦ ମିନିଟରେ ବାଲକୋଟ ସ୍ଥିତ ଜୈସ୍-ଇ- ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ବାୟୁସେନାର ସ୍କାର୍ଡନ୍ ନମ୍ବର ୭ ଓ ସ୍କାର୍ଡନ୍ ନମ୍ବର ୯ର ଦୁଇଟି ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ଜୈସ୍ କ୍ୟାମ୍ପକୁ ଧ୍ୱଂସ କରିବା ସହ ମିଶନ ପୂରା କରି ନିଜ ଦେଶର ସୀମା ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ଆଉ ଏହି ଅପରେସନକୁ ପୂରା କରିବାକୁ ଭାରତୀୟ ବାୟୁସେନାକୁ ଲାଗିଥିଲା ମାତ୍ର ୯୦ ସେକେଣ୍ଡ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories