www.samajalive.in
Saturday, December 6, 2025
23.1 C
Bhubaneswar

ସ୍ତ୍ରୀକୁ ହତ୍ୟା ପରେ ୩୦୦ ଖଣ୍ଡ କରି କାଟିଥିବା ସ୍ବାମୀ କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର : ୨୦୧୩ ମସିହାରେ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏକ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲା ଜଜ୍। ୨୦୧୩ ମସିହାରେ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଧିନସ୍ଥ ଆଇଆରସି ଭିଲେଜ ଅଞଳରେ ରହୁଥିବା ସେନାବାହିନୀର ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ତାଙ୍କ ପତ୍ନୀଙ୍କୁ ହତ୍ୟା କରିବା ପରେ ୩୦୦ ଖଣ୍ଡ କରି ଟିଫିନରେ ବନ୍ଦ କରିରଖିଥିଲେ। ଏହି ଘଟଣା ସେହି ସମୟରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଉଚ୍ଚ ଶିକ୍ଷିତ ଏବଂ ସେନାବାହିନୀରେ କର୍ଣ୍ଣେଲ ଥିବା ସୋମନାଥ କଣ ପାଇଁ ନିଜ ପତ୍ନୀ ଉଷାଶ୍ରୀ ପରିଡାଙ୍କୁ ହତ୍ୟା କଲେ ଏବଂ ହତ୍ୟା ପରେ ଅତି ନିର୍ମମ ଭାବେ ୩୦୦ ଖଣ୍ଡ କରି କାଟିବା ପରେ ଟିଫିନରେ ବନ୍ଦ କରି ରଖିଥିଲେ ତାହା ସେହି ସମୟରେ ଚର୍ଚ୍ଚାର ବିଷୟ ବସ୍ତୁ ହୋଇଥିଲା।
ଦିର୍ଘ ୭ ବର୍ଷପରେ ବହୁଚର୍ଚ୍ଚିତ ଉକ୍ତ ହତ୍ୟାକାଣ୍ଡର ବିଚାର ପରେ ମଙ୍ଗଳବାର ଏହାର ରାୟ ପ୍ରକାଶ ପାଇଛି। ଶେଷ ପର୍ୟ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ପତ୍ନୀହନ୍ତା କର୍ଣ୍ଣେଲଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୦ ହଜାର ଜରିମାନା ପୈଠ ପାଇଁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୩ ଜୁନ୍ ୨୧ ତାରିଖ ଭୁବନେଶ୍ବର ନୂଆପଲ୍ଲୀ ଥାନା ଅଧୀନ ଆଇଆରସି ଭିଲେଜ ଅଞ୍ଚଳରେ ସାମ୍ନାକୁ ଆସିଥିଲା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଘଟଣା। ସେହି ଅଞ୍ଚଳରେ ରହୁଥିବା ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ ନିଜ ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ହତ୍ୟା କରିବା ପରେ ୩୦୦ ଖଣ୍ଡରେ କାଟି ଟିଫିନରେ ବନ୍ଦ କରି ରଖିଥିଲେ। ଏହି ଘଟଣା ସେହି ସମୟରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପ୍ରଥମେ ପ୍ରଥମେ ସୋମନାଥ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ କହିଥିଲେ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି। ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିଠାରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରି କାଟିଥିଲେ। ଶେଷରେ ପୁଲିସ ସୋମନାଥଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories