www.samajalive.in
Friday, December 5, 2025
20.1 C
Bhubaneswar

ମୋଦୀ, ଟ୍ରମ୍ପ ଓ ମେଲାନିୟାଙ୍କ ସହ ରେଡ୍ କାର୍ପେଟ୍‌ ରେ ଥିବା ଏହି ମହିଳା କିଏ?

ସମାଜ ପୋର୍ଟାଲ ଡେସ୍କ: ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ଦୁଇ ଦିନିଆ ଭାରତ ଗସ୍ତରେ ଆସି ସୋମବାର ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ। ବିମାନ ବନ୍ଦରର ରେଡ୍ କାର୍ପେଟ୍‌ ଉପରେ ମୋଦୀ, ଟ୍ରମ୍ପ ଓ ତାଙ୍କ ପତ୍ନୀଙ୍କ ସହ ଅନ୍ୟ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ନେଇ ଚର୍ଚ୍ଚା ହୋଇଥିଲା ଯେ ଏ ମହିଳା ଜଣଙ୍କ କିଏ?

ପ୍ରକୃତରେ ଏହି ମହିଳା ଜଣକ ନାମ ହେଉଛି ଗୁରଦୀପ କୌର ଚାୱଲା। ସେ ପ୍ରଧାମନ୍ତ୍ରୀ ମୋଦୀଙ୍କ ଅନୁବାଦକ। ଅର୍ଥାତ୍ ସେ ମୋଦୀଙ୍କ ପାଇଁ ଟ୍ରାନ୍ସଲେଟର କାର୍ଯ୍ୟ କରନ୍ତି। ମୋଦୀ ବିଦେଶଗସ୍ତ ସମୟରେ ଯେବେ ଭାଷଣ ଦିଅନ୍ତି, ଗୁରୁଦୀପ ମୋଦୀଙ୍କ ଭାଷଣର ଇଂରେଜ ଅନୁବାଦ କରନ୍ତି। ଯାହା ଦ୍ବାରା ପୁରା ବିଶ୍ବ ମୋଦୀଙ୍କ ଭାଷଣ ବୁଝି ପାରେ।

- Advertisement -

୧୯୯୦ ମସିହାରେ ଗୁରୁଦୀପ ଭାରତୀୟ ସଂସଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ କିଛି ଦିନ ପରେ ସ୍ବାମୀଙ୍କ ସହ ସେ ଆମେରିକା ପଳାଇଥିଲେ। ପରେ ୨୦୧୦ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ରାନ୍ସଲେଟର ଭାବେ ପୁଣି ଭାରତକୁ ଫେରିଥିଲେ।

୨୦୧୪ରେ ମେଡିସନ ସ୍କେ୍ବୟର ଗାର୍ଡନରେ ଆୟୋଜିତ ହୋଇଥିବା ମୋଦୀଙ୍କ କାର୍ଯ୍ୟକ୍ରମରେ ଗୁରୁଦୀପ ଟ୍ରାନ୍ସଲେଟର ଭାବେ ସାମିଲ ହୋଇଥିଲେ। ପରେ ମୋଦୀଙ୍କ ସହ ୱାଶିଙ୍ଗଟନ୍ ଯାଇଥିଲେ। ସେଠାରେ ମୋଦୀ ଏବଂ ଓବାମାଙ୍କ ମଧ୍ୟରେ ଇଣ୍ଟରପ୍ରେଟର ଭାବେ କାର୍ଯ୍ୟ କରିଥିଲେ।

ବିଭିନ୍ନ ଭାଷରେ ଗୁରୁଦୀପଙ୍କ ପ୍ରଗାଢ ଜ୍ଞାନ ରହିଛି। ଏହି କାରଣରୁ ସେ ବିଶ୍ବର ଉତ୍ତମ ଅନୁବାଦକ ଭାବରେ ବେଶ୍ ଜଣାଶୁଣା। ମୋଦୀ ଯେବେ ବି ବିଦେଶଗସ୍ତରେ ଯାଆନ୍ତି, ଗୁରୁଦୀପ ସ୍ଥାନୀୟ ଭାଷ ସହ ମୋଦୀଙ୍କୁ ଯୋଡିଥାନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories