ଶୁକ୍ରବାର ରାଶିଫଳ

0

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପଥରୋଧର ସମ୍ମୁଖୀନ ହେବେ। ଚଞ୍ଚଳ ସ୍ୱଭାବର ହେବେ। ମଧୁର ବଚନ କହି ଅନ୍ୟମାନଙ୍କର ଆଦରଣୀୟ ହେବେ। ଦିନ ଭିତରେ ଉତ୍ଥାନ ପତନ ସହିତ ରାଜଯୋଗ ଅଛି।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଜ୍ୟୋତିଷଶାସ୍ତ୍ରକୁ ବିଶ୍ୱାସ କରିବେ।

ମିଥୁନ: କର୍ମତତ୍ପରତା ପ୍ରକାଶ ପାଇବ। ପରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହେବେ।

କର୍କଟ: ଶତ୍ରୁତା ଦେଖାଦେଇ ପାରେ; ମାତ୍ର ଅନିଷ୍ଟ ହେବ ନାହିଁ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହେବେ।

ସିଂହ: ମିଳିମିଶି କାର୍ଯ୍ୟ କରିବାର ସୁଯୋଗ ପାଇବେ; ମାତ୍ର ସୁଖ ପରିବର୍ତ୍ତେ ଦୁଃଖ ମିଳି ପାରେ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

କନ୍ୟା: ଅଟକି ଥିବା କାର୍ଯ୍ୟରେ ଆଗେଇବେ। ବନ୍ଧୁ ମିଳନ ଶୁଭଦାୟକ ହେବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ମନ ବଳାଇ ପାରନ୍ତି। ସାମୟିକ ଭାବେ ମନରେ ଅହଂଭାବ ଆସି ପାରେ। ଶାନ୍ତ ଧୈର୍ଯ୍ୟବାନ ହେବେ।

ତୁଳା: ଧୈର୍ଯ୍ୟଧରି କାର୍ଯ୍ୟ କଲେ ସଫଳତା ମିଳିବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ।

ବିଛା: ପଦୋନ୍ନତି ପାଇଁ କାର୍ଯ୍ୟ କରି ଚାଲିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଲାଭ ହେବ। ତନ୍ତ୍ର ମନ୍ତ୍ରଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ଧନୁ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମ ପ୍ରତି ଗୁରୁତ୍ୱ ଦେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। କୃଷିକର୍ମକୁ ତ୍ୱରାନ୍ୱିତ କରିବେ। ପ୍ରେମୀ ଓ ବୁଦ୍ଧିମାନ ହେବେ।

ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କଠାରୁ ଆଦର ସମ୍ମାନ ମିଳିବ।

କୁମ୍ଭ: ଆଶାବାଦୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବ୍ୟବସାୟୀମାନେ ଅଧିକ ଲାଭବାନ୍‍ ହେବେ। ଶାନ୍ତି ମିଳିବ।

ମୀନ: ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଆଶ୍ୱସ୍ତ ହେବେ।

Leave A Reply