www.samajalive.in
Saturday, December 6, 2025
16.1 C
Bhubaneswar

ଉତ୍ତରପ୍ରଦେଶ : ଝଡ଼ ତୋଫାନ ବର୍ଷା ଓ ବଜ୍ରପାତରେ ୮ ମୃତ , ବ୍ୟାପକ ଫସଲ ନଷ୍ଟ

ଲକ୍ଷ୍ନୌ : ଦେଶର ବିଭିନ୍ନ ସ୍ଥାନରେ ଗୁରୁବାର ବିଳମ୍ବିତ ରାତିରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶନିବାର ଦିନ ଉତ୍ତରପ୍ରଦେଶର ପୂର୍ବ ପଟରେ ଝଡ଼ ତୋଫାନ ବର୍ଷା ସହ ୩୦ ରୁ ୪୦ କିମି ଘଣ୍ଟାପ୍ରତି ପବନ ବହିବାର ସମ୍ଭାବନା ରହିଛି।
ଶୁକ୍ରବାର ବିଭିନ୍ନ ସ୍ଥାନରେ ପାଗ ପରିବର୍ତ୍ତନ ବିଜୁଳି ଘଡ଼ଘଡ଼ି ,ବର୍ଷା ସହ ଝଡ଼ ତୋଫାନ ହୋଇଛି। ଲକ୍ଷ୍ନୌର ଅବଧର ବାରାବଙ୍କୀ, ଅମେଠୀର ରାୟବରେଲୀରେ ମଧ୍ୟ ଘଡ଼ଘଡ଼ି ସହ ବିଜୁଳି ମାରିଥିବା ଜଣାପଡ଼ିଛି। ଏହି ଝଡ଼ତୋଫାନ, ବର୍ଷା, ଘଡ଼ଘଡ଼ି କାରଣରୁ ଉତ୍ତରପ୍ରଦେଶରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଛି। ଅବଧରେ ବଜ୍ରପାତରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବର୍ଷା ପ୍ରଭାବରେ ବିପୁଳ ପରିମାଣରେ ଫସଲ ନଷ୍ଟ ହୋଇଛି। ମୁଜଫରନଗର, ମୁରାଦାବାଦ, ନଜୀବାବାଦ, ଲଖୀମପୁର , ଗୋରଖପୁର, ବାରାଣସୀ, ପ୍ରୟାଗରାଜ, ଗାଜୀପୁର ଓ ମେରଠରେ ମଧ୍ୟ ବର୍ଷା ହୋଇଛି। ପାଗରେ ପରିବର୍ତ୍ତନ ଘଟିବାରୁ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବା ସହ ଥଣ୍ଡା ବୃଦ୍ଧି ପାଇଥିବା ଜଣାପଡ଼ିଛି।
ସୂଚନା ଯୋଗ୍ୟ, ସୁଲତାନପୁରର ହଲିୟାପୁରରେ ବର୍ଷା ସହ ବଜ୍ରପାତରେ ଛତିଶଗଡ଼ର ନିବାସୀ ଜଣେ ଶ୍ରମିକ ଦିଲୀପ (୪୦) ଓ ତାଙ୍କ ପୁତ୍ର ରାଜକୁମାର (୧୫)ର ମୃତ୍ୟୁ ହୋଇଛି। ଏହାସହ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ। ସୁଲତାନପୁରର ଦୁବେପୁର ଓ ଭଦେୟାରେ ଦମ୍ପତିଙ୍କ ସମେତ ୫ ଜଣ ଗୁରୁତର ହୋଇଥିଲେ। ସେହିପରି ଅମ୍ବେଦକରନଗର କେଭୀଟିରେ ଜମିକୁ ଯାଉଥିବା ଏକ ଶିଶୁ ନିଧି (୧୨)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ସୀତାପୁରର ରେଉସାରେ ବଜ୍ରପାତରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଲକ୍ଷ୍ନୌର ଗୋସାଇଗଞ୍ଜରେ ମଧ୍ୟ ବଜ୍ରପାତରେ ସୁନିଲ ବର୍ମା (୪୫)ଙ୍କ ମୃତ୍ୟୁ ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories