www.samajalive.in
Friday, December 12, 2025
15.1 C
Bhubaneswar

ବଡ଼ସାହିରେ ‘ମୋ ସରକାର’ସମ୍ପର୍କ ଶିବିର

ବଡସାହି : ମୟୁରଭଞ୍ଜ ଜିଲା ବଡ଼ସାହିର ସ୍ଥାନୀୟ ମଇ ସ୍କୁଲ ପଡିଆରେ ବାରିପଦା ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ଗୁରୁବାର ବ୍ଳକସ୍ତରୀୟ ‘ମୋ ସରକାର’ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ତଥା ଭାରପ୍ରାପ୍ତ ବାରିପଦା ସଦର ଉପଜିଲାପାଳ ବିଜନ କୁମାର ଥମ୍ବ ଅଧ୍ୟକ୍ଷତା କରିଥବା ବେଳେ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଜିଲା ପରିଷଦ ସଦସ୍ୟ କୁମେନ୍ଦ୍ର ସେଠୀ, ସିଡିପିଓ କୁନ୍ତିମଣି ପାତ୍ର, ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ମୀନକେତନ ମଙ୍ଗରାଜ, ଏଏଚ୍‍ଓ ସୁବାଶିଷ ପାତ୍ର, ବିଭିଓ ଡାକ୍ତର ଅରବିନ୍ଦ ଜେନା, ଏଏଫ୍‍ଓ ବିରେନ ନାଏକ ଓ ବିଏଓ ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବାନାମ୍ବର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଅନୁସୂଚିତ ଜାତି ଓ ଜନଜାତି, ରାଜସ୍ୱ, କୃଷି, ପଶୁପାଳନ, ମତ୍ସ୍ୟ ପାଳନ, ସ୍ୱାସ୍ଥ୍ୟ, ଉଦ୍ୟାନ କୃଷି ଏବଂ ମହିଳା ଓ ଶିଶୁ ବିକାଶ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ଅତ୍ୟାଧୁନିକ କୃଷି ଯନ୍ତ୍ରପାତି, ବିହନ, ଔଷଧ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା। ରାଜ୍ୟ ସରକାରଙ୍କ ୫ଟି ନିୟମ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବିଭାଗର ଅଧିକାରୀମାନେ ସରକାରଙ୍କର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories