www.samajalive.in
Saturday, December 6, 2025
14.1 C
Bhubaneswar

ଭାରତ ଆମ ସହିତ ଭଲ ବ୍ୟବହାର କରିନି: ଟ୍ରମ୍ପ

ୱାଶିଂଟନ: ଆସନ୍ତା ୨୪ ତାରିଖରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କିଛି ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହେବା ଆଶା କରାଯାଉଥିଲା। କିନ୍ତୁ ସେସବୁ କିଛି ହେବ ନାହିଁ। ଭାରତ ସହିତ କୌଣସି ବଡ଼ ଚୁକ୍ତି ଏବେ ହେବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଏହା ସହିତ ସେ କହିଛନ୍ତି, ଭାରତ ଆମେରିକା ସହିତ ଭଲ ବ୍ୟବହାର କରିନାହିଁ, ତଥାପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ପସନ୍ଦର ବ୍ୟକ୍ତି।

ସୂଚନା ଅନୁସାରେ, ଭାରତ ଗସ୍ତରରେ ଆସିବା ପୂର୍ବରୁ ଟ୍ରମ୍ପଙ୍କୁ ଆମେରିକୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କିଛି ଚୁକ୍ତି ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ଭାରତ ସହିତ ବଡ଼ ବାଣିଜ୍ୟିକ ଚୁକ୍ତି ହେବ। କିନ୍ତୁ ଏବେ ହୋଇପାରିବ ନାହିଁ। ନିର୍ବାଚନ ପୂର୍ବରୁ ଏହା ହେବ କି ନାହିଁ ତାହା ବି ଜଣାନାହିଁ। ଭାରତ ଆମ ସହିତ ଭଲ ବ୍ୟବହାର କରିନାହିଁ। କିନ୍ତୁ ସେ ମୋଦୀଙ୍କୁ ବହୁତ ପ୍ରଶଂସା କରିଥିଲେ। ଟ୍ରମ୍ପ କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁତ ପସନ୍ଦ କରେ। ମୋଦୀ ମୋତେ କହିଲେ ଯେ, ମୋ ଗସ୍ତ ସମୟରେ ବିମାନବନ୍ଦର ଏବଂ ଷ୍ଟାଡିୟମ ମଧ୍ୟରେ ପ୍ରାୟ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ। ଏହା ବିଶ୍ଵର ସବୁଠାରୁ ବଡ଼ ଷ୍ଟାଡିୟମ ହେବାକୁ ଯାଉଛି। ଏହି ମୁହୂର୍ତ୍ତ ଅତ୍ୟନ୍ତ ରୋମାଞ୍ଚକର ହେବ ବୋଲି ମୋଦୀ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories