www.samajalive.in
Saturday, December 13, 2025
18.1 C
Bhubaneswar

ଏସୀୟ କୁସ୍ତି ଚାମ୍ପିୟନ୍‍ସିପ୍‍ : ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଲେ ସୁନୀଲ କୁମାର

ନୂଆଦିଲ୍ଲୀ : ଏଠାରେ ଚାଲିଥିବା ଏସୀୟ କୁସ୍ତି ଚାମ୍ପିୟନ୍‍ସିପ୍‍ର ପ୍ରଥମ ଦିନରେ ଭାରତର ଗ୍ରୀକୋ ରୋମାନ କୁସ୍ତି ପ୍ରତିଯୋଗୀ ସୁନୀଲ କୁମାର ସ୍ବର୍ଣ୍ଣ ପଦକ ଜିତି ପଦକ ତାଲିକାରେ ଭାରତର ଖାତା ଖୋଲିଛନ୍ତି।  ମଙ୍ଗଳବାର ସୁନୀଲ କୁମାର ୮୭ କିଲୋଗ୍ରାମ ବର୍ଗରେ କିରଗିଜ୍‍ସ୍ତାନର ଅଜାତ ସାଲିଦିନୋବଙ୍କୁ ୧୨-୮ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ସୁନୀଲ କାଜାକସ୍ତାନର ଅଜାମତ କୁସ୍ତୁବାୟେବଙ୍କୁ ହରାଇ ୧୧ ପଏଣ୍ଟ ସହ ଫାଇନାଲରେ ପ୍ରବେଶ କରିଥିଲେ।

ସେହିପରି ପୂର୍ବରୁ ଭାରତର ଅର୍ଜୁନ ହଲ୍ଲାକୁରକି ୫୫ କିଲୋଗ୍ରାମ ଶ୍ରେଣୀରେ ଇରାନ୍‍ର ପୋୟା ମହମ୍ମଦ ନାସେରପୋଙ୍କଠାରୁ ୭-୮ରେ ସେମି ଫାଇନାଲରେ ହାରି ଯାଇଥିଲେ। ଅର୍ଜୁନ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ କୋରିଆର ଡୋଙ୍ଘୟୋକୋଙ୍କୁ ଭେଟିବେ। ଅନ୍ୟ ଭାରତୀୟ କ୍ରୀଡ଼ାବିତ୍‍ମାନଙ୍କ ମଧ୍ୟରେ ମେହେର ସିଂହ, ସଜନ ଓ ସଚିନ ରାଣା ପ୍ରମୁଖ ଆଜି ପ୍ରତିଯୋଗୀତାରୁ ବାଦ ପଡ଼ିଛନ୍ତି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories