www.samajalive.in
Friday, December 12, 2025
26.1 C
Bhubaneswar

ବର୍ଜ୍ୟବସ୍ତୁରୁ ଚେୟାର

ଭାରତର ଅନ୍ୟତମ ମହାନଗରୀ ଭାବେ ଜଣାଯାଉଥିବା ହାଇଦରାବାଦ ପ୍ରଶାସନ ପର୍ୟ୍ୟଟକ ତଥା ସ୍ଥାନୀୟ ବାସିନ୍ଦାଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଥିବାର ଦେଖାଯାଏ। ଅନ୍ୟ ମହାନଗରୀ ତୁଳନାରେ ଏଠାରେ ପ୍ରଦୂଷଣ ଯଥେଷ୍ଟ କମ୍। ସହରଟି ସବୁଜିମାରେ ପରିପୂର୍ଣ୍ଣ। ଏହା ସହ ସ୍ଥାନୀୟ ଲୋକେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନତା ରଖିବାରେ ବେଶ୍ ଯତ୍ନବାନ୍। ନିକଟରେ ହାଇଦରାବାଦସ୍ଥିତ ଏକ କମ୍ପାନୀ ମୁଖ୍ୟ ନିଜ ସହକର୍ମୀଙ୍କ ସହାୟତାରେ ବର୍ଜ୍ୟବସ୍ତୁ ବ୍ୟବହାର କରି ନୂଆ ଡିଜାଇନର ଚେୟାର ତିଆରି କରିଛନ୍ତି। ସେମାନଙ୍କୁ ଏହି କାମରେ ହାଇଦରାବାଦ ମ୍ୟୁନସିପାଲିଟି ସହାୟତା କରିଥିବାର ପ୍ରକାଶ। ବର୍ଜ୍ୟବସ୍ତୁରେ ଚିପ୍ସ ପ୍ୟାକେଟ୍, ମୃଦୁପାନୀୟ ବୋତଲ, ଟିଣ ଡବା ଇତ୍ୟାଦିକୁ ସଂଗ୍ରହ କରି ତାହାକୁ ମୋଟା କାଚର କ୍ୟୁବ ବାକ୍ସରେ ଭର୍ତ୍ତି କରି ଚେୟାରର ରୂପ ଦିଆଯାଇଛି। ନଭେମ୍ବର ୨୮ ରୁ ୩୦ ମଧ୍ୟରେ ସେଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନୀରେ ଏହି ଚେୟାର ପ୍ରଦର୍ଶିତ କରାଯିବ। ଚେୟାର ନିର୍ମାଣକାରୀ ସଂସ୍ଥା ଏହି ପ୍ରଦର୍ଶନୀରେ ସବୁଜସଙ୍କେତ ପାଇବା ପରେ ହାଇଦରାବାଦର ରାସ୍ତାଘାଟରେ ଏହି ଚେୟାର ସ୍ଥାପିତ କରାଯିବ ବୋଲି ଜଣାପଡ଼ିଛି। ଏଭଳି ପଦକ୍ଷେପ ନେବା ପଛରେ ଉଭୟ କମ୍ପାନୀ ମୁଖ୍ୟ ଓ ହାଇଦରାବାଦ ପ୍ରଶାସନର ଭିନ୍ନ ଚିନ୍ତାଧାରା ରହିଛି। ଲୋକେ ପ୍ରଦୂଷଣ ସମ୍ପର୍କରେ ସଚେତନ ହେବେ, ଏହା ହିଁ ସେମାନଙ୍କ ମୂଳ ଲକ୍ଷ୍ୟ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories