ପ୍ୟାରିସ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଭାରତର ଦୁଇଜଣ ହୀରା ବ୍ୟବସାୟୀଙ୍କଠାରୁ ପ୍ରାୟ ୩,୭୦,୦୦୦ ଆମେରିକୀୟ ଡଲାର ମୂଲ୍ୟର ହୀରା ଲୁଟ୍ ହୋଇଥିବା ଜଣାପଡିଛି। ଏହି ବ୍ୟବସାୟୀ ଦ୍ୱୟ ଏକ ବାଣିଜ୍ୟିକ ବୈଠକରେ ଯୋଗଦେଇ ପ୍ୟାରିସ ମେଟ୍ରୋ ଷ୍ଟେସନକୁ ଯାଉଥିବାବେଳେ କୌଣସି ଦୁର୍ବୃତ୍ତ ମୂଲ୍ୟବାନ ପଥର ରଖାଯାଇଥିବା ବ୍ୟାଗକୁ ସେମାନଙ୍କଠାରୁ ଛଡାଇ ନେଇଥିଲା। ଏତଲା ଦାଏର ହୋଇଥିଲେ ସୁଦ୍ଧା ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିଁ।
Popular Categories



