www.samajalive.in
Sunday, December 7, 2025
13.1 C
Bhubaneswar

୩ୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ କେଜରିୱାଲ

ନୂଆଦିଲ୍ଲୀ :  ଆମ୍‍ ଆଦ୍‍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲ ରବିବାର ତୃତୀୟଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ଓ ତାଙ୍କ ମନ୍ତ୍ରୀପରିଷଦର ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥପାଠ କରାଇବେ। ଗତ ସରକାରରେ ମନ୍ତ୍ରୀ ଥିବା ସମସ୍ତଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଶ୍ରୀ କେଜରିୱାଲ ସାମିଲ କରିଛନ୍ତି। ମନୀଷ ସିଶୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲଟ, ଇମ୍ରାନ ହୁସେନ ଏବଂ ରାଜେନ୍ଦ୍ର ଗୌତମ ମନ୍ତ୍ରୀ ଭାବେ ଶପଥ ନେଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରଥମଥର କେଜରିୱାଲ ମାତ୍ର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଦ୍ୱିତୀୟଥର ପାଇଁ ସେ ପୂର୍ଣ୍ଣ ପାଞ୍ଚବର୍ଷ କ୍ଷମତାରେ ରହିଥିଲେ। ଏଥର ନିର୍ବାଚନରେ ତାଙ୍କ ନେତୃତ୍ୱରେ ପରିଚାଳିତ ଆମ୍‍ ଆଦ୍‍ମୀ ପାର୍ଟି ଚମତ୍କାର ଫଳାଫଳ ପ୍ରଦର୍ଶନ କରି ମୋଟ୍‍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି।

- Advertisement -

ଏଥିପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ୩୦୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ସକାଳ ୮ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଯାତାୟତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି କାର ପାର୍କିଂ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସେହିପରି ରାମଲୀଲା ମୈଦାନକୁ ସଂଯୋଗ କରୁଥିବା ସବୁ ରାସ୍ତା ଉପରେ ସିସି ଟିଭି କ୍ୟାମେରା ଜରିଆରେ ନଜର ରଖାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories