www.samajalive.in
Thursday, December 11, 2025
15.1 C
Bhubaneswar

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : କଟକର ବାରବାଟୀ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍‌ ଡ୍ର ରଖି ଓଡ଼ିଶା ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। କ୍ୱାର୍ଟର ଫାଇନାଲରେ ଓଡ଼ିଶାର ମୁକାବିଲା ପଶ୍ଚିମବଙ୍ଗ ସହ ହେବ ବୋଲି ଜଣାପଡ଼ିଛି।
ଓଡ଼ିଶା ନିଜର ଶେଷ ତଥା ୯ମ ଲିଗ୍‌ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ୍‌ରେ ଦେବାଶିଷ ସାମନ୍ତରାୟଙ୍କ ୧୫୬ ରନ୍‌ ବଳରେ ୪୩୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ପରେ ଝାଡ଼ଖଣ୍ଡ ବ୍ୟାଟିଂ କରି ଓଡ଼ିଶାର ଘାତକ ବୋଲିଂକୁ ସାମ୍ନା କରିବାରେ ଏକ ପ୍ରକାର ଅକ୍ଷମ ହୋଇଥିଲା। ଝାଡ଼ଖଣ୍ଡ ଦଳ ୩୫୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି, ସୂର୍ୟ୍ୟକାନ୍ତ ପ୍ରଧାନ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଦେବବ୍ରତ ପ୍ରଧାନ ୨ଟି ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ୱିକେଟ ନେଇଥିଲେ।
ଝାଡ଼ଖଣ୍ଡ ୩୫୬ ରନ୍‌ରେ ଅଲଆଉଟ ହେବାରୁ ଓଡ଼ିଶା ପ୍ରଥମ ଇନିଂସ୍‌ରେ ୮୦ ରନ୍‌ର ଲିଡ୍‌ ହାସଲ କରିଥିଲା। ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶା ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା। ଦେବାଶିଷ ସାମନ୍ତରାୟ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ଜବରଦସ୍ତ ବ୍ୟାଟିଂ କରିଥିଲେ। ଅଧିନାୟକ ଶୁଭ୍ରାଂଶୁ ୧୫୭ ବଲରୁ ୧୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୧୦୦ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ସେହିଭଳି ଦେବାଶିଷ ସାମନ୍ତରାୟ ୧୧୮ ବଲରେ ୧୧ଟି ଚୌକା ସହାୟତାରେ ୬୪ ରନ କରିଥିଲେ।
ଓଡ଼ିଶା ୧୮୭ ରନ୍‌ କରି ଇନିଂସ ଘୋଷଣା କରିଥିଲା। ଏହାପରେ ଅମ୍ପାୟାର ମ୍ୟାଚ୍‌କୁ ଡ୍ର’ ଘୋଷଣା କରିଥିଲେ। ପ୍ରଥମ ଇନିଂସ୍‌ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ୩ ପଏଣ୍ଟ ମିଳିଥିଲା। ଫଳରେ ଓଡ଼ିଶା ମୋଟ ୩୮ ପଏଣ୍ଟ ସହ ନିଜର ଗ୍ରୁପ ଅଭିଯାନ ଶେଷ କରିବା ସହ ପୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଇନିଂସ୍‌ରେ ୧୫୬ ରନ୍‌ର ଦମଦାର ଇନିଂସ୍‌ ଖେଳିଥିବା ଦେବାଶିଷ ସାମନ୍ତରାୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories