www.samajalive.in
Tuesday, December 9, 2025
16.1 C
Bhubaneswar

ଅନୁପ ସାଏଙ୍କ ଗିରଫ ଘଟଣା : ଅଧିକ ତଦନ୍ତ ପାଇଁ ଓଡିଶା ଆସିବ ଛତିଶଗଡ଼ର ସ୍ପେଶାଲ ଟିମ୍

ରାୟଗଡ: କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଧିକ ଛାନ୍‌ଭିନ୍‌ କରିବ ଛତିଶଗଡ଼ ପୋଲିସ। ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ଜାଣିବା ପାଇଁ ଛତିଶଗଡ଼ ପୋଲିସର ସ୍ପେଶାଲ ଟିମ୍‌ ଓଡ଼ିଶା ଆସିବ। ଛତିଶଗଡ଼ର ୩ଟି ଟିମ୍ ପର୍ୟ୍ୟାୟକ୍ରମେ ଓଡ଼ିଶା ଆସିବ । ଛତିଶଗଡ଼ ପୋଲିସର ୩ଟି ଟିମ୍ ବିଭିନ୍ନ ସ୍ଥାନ ବୁଲି ଯାଞ୍ଚ କରିବା ନେଇ ସୂଚନା ଦେଇଛନ୍ତି ରାୟଗଡ଼ ଅତିରିକ୍ତ ଏସ୍‌ ପି ଅଭିଷେକ ବର୍ମା।

ଅବୈଧ ସଂପର୍କ ରଖିବା ପରେ ବାହା ହେବାକୁ ମନା କରି କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ଗତ ୧୩ ତାରିଖରେ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ର ରାୟଗଡ଼ ପୁଲିସ।। ଆଜି ଅନୁପଙ୍କ ଗାଡ଼ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଛି। ଅଜ୍ଞାତ ସ୍ଥାନରେ ରଖି ପୋଲିସ ବର୍ଦ୍ଧନଙ୍କୁ ପଚରା ଉଚରା କରୁଛି। ତେବେ ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡ ପଛରେ ଅନ୍ୟମାନଙ୍କ ହାତ ଥିବା ଛତିଶଗଡ଼ ପୋଲିସ ସନ୍ଦେହ କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories