www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ହିଂସା ୬୦ ପ୍ରତିଶତ ହ୍ରାସ ପାଇଛି : ଡିଜିପି ଦିଲ୍‍ବାଗ ସିଂହ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ହିଂସା ୬୦ ପ୍ରତିଶତ ହ୍ରାସ ପାଇଛି। ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲ୍‍ବାଗ ସିଂହ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ ସମୟରେ ଏହି ସୂଚନା ଦେଇଛନ୍ତି। ସେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇ କହିଛନ୍ତି ୨୦୧୯ ତୁଳନାରେ ୨୦୨୦ ମସିହାର ପ୍ରଥମ ଦେଢ଼ମାସ ମଧ୍ୟରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ  ହିଂସା ଭଳି କାର୍ଯ୍ୟକଳାପ ୬୦ ପ୍ରତିଶତ ହ୍ରାସ ପାଇଛି।

ଡିଜିପି ଶ୍ରୀ ସିଂହ କହିଛନ୍ତି, ଏନ୍‍କାଉଣ୍ଟର ସମୟରେ ବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ସମୟରେ ସେଭଳି କୌଣସି ବଡଧରଣର ଆଇନ୍‍ଶୃଙ୍ଖଳା ପରିସ୍ଥିତି ବା ପଥରଫିଙ୍ଗା ଘଟଣା ସୃଷ୍ଟି ହୋଇନାହିଁ। ଚଳିତବର୍ଷ ଫେବୃୟାରୀ ୧୩ ତାରିଖ ସୁଦ୍ଧା ୨୦ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ୪ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ଜଣ ଜୈସ-ଇ-ମହମ୍ମଦ ଗୋଷ୍ଠୀର ହୋଇଥିବାବେଳେ ୧୧ଜଣ ହିଜ୍‍ବୁଲ ମୁଜାହିଦ୍ଦିନ ଗୋଷ୍ଠୀର ଏବଂ ଅନ୍ୟ ୩ଜଣ ନୂଆକରି ଗଠିତ ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହଙ୍କୁ ସୂଚନା ଦେଇ  ଦିଲ୍‍ବାଗ ସିଂହ କହିଛନ୍ତି ଏହି ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଏହାଫଳରେ ଦକ୍ଷିଣ କାଶ୍ମୀରର ୭ଜଣ ଯୁବକ ଆତଙ୍କବାଦୀ ଗୋଷ୍ଠୀ ପରିତ୍ୟାଗ କରି ସେମାନଙ୍କ ପରିବାରକୁ ଫେରିଯିବା ସମ୍ଭବ ହୋଇପାରିଛି। ଡକ୍ଟର ଜିତେନ୍ଦ୍ର ସିଂହ ସୁରକ୍ଷା ବାହିନୀର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ନୂଆକରି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଓ ରାଜ୍ୟପାଳ ଶାସନ ଜାରି ହେବା ପରେ ଜନସାଧାରଣ ଓ ସୁରକ୍ଷା ବାହିନୀର ମଧ୍ୟରେ ସମନ୍ୱୟ ଅଧିକ ଫଳପ୍ରଦ ହୋଇପାରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories