www.samajalive.in
Saturday, December 6, 2025
15.1 C
Bhubaneswar

ଶନିବାର ବିଶେଷ : ଶନିଙ୍କ କୃପା ପ୍ରାପ୍ତି ପାଇଁ ଆପଣାନ୍ତୁ ସରଳ ଉପାୟ

ଧାର୍ମିକ ମାନ୍ୟତା ଅନୁଯାୟୀ, ଶନିବାର ଦିନ ପ୍ରଭୁ ଶନିଦେବଙ୍କର କିଛି ବିଶେଷ ଉପାୟ କରିବା ଦ୍ୱାରା ଶନିଦୋଷରୁ ମୁକ୍ତି ମିଳିବା ସହ ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ। ଶନିଦେବଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ। ସଭିଁଙ୍କ କର୍ମ ଅନୁଯାୟୀ ପ୍ରଭୁ ଫଳ ପ୍ରଦାନ କରିଥାଆନ୍ତି। ଜାଣନ୍ତୁ କିଛି ସହଜ ଉପାୟ, ଯାହା ଆପଣେଇବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ…..
– ପ୍ରଭୁ ହନୁମାନଙ୍କୁ ନିୟମିତ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବା ସହ ପ୍ରଭୁ ଶନିଙ୍କ କୃପା ମିଳିଥାଏ। ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନଙ୍କ ମନ୍ଦିର ଯାଇ ଯେକୌଣସି ମିଠା ଭୋଗ କରିବା ସହ ସୁନ୍ଦରକାଣ୍ଡର ପାଠ କରିପାରିବେ।
– ପ୍ରଭୁ ଶିବଶଙ୍କରଙ୍କ ଆରାଧନା କରନ୍ତୁ। ନୀତିନିୟମ ପୂର୍ବକ ଶିବଙ୍କ ସହସ୍ରାନାମ ଓ ପୂଜା କରନ୍ତୁ। ଶିବ ପଞ୍ଚାକ୍ଷରୀ ମନ୍ତ୍ରର ଜପ କରନ୍ତୁ। ଏପରି କରିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିବା ସହ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
– ଶନିଙ୍କ କୃପା ପ୍ରାପ୍ତି ପାଇଁ ପିତାମାତାଙ୍କୁ ସମ୍ମାନ ଦିଅନ୍ତୁ। ତାଙ୍କ ସେବା କରନ୍ତୁ। ପ୍ରତିଦିନ ମାତାପିତାଙ୍କୁ ପ୍ରଣାମ କରନ୍ତୁ।
– ଶମି ବୃକ୍ଷକୁ ଘରର ବଗିଚାରେ ଲଗାଇବା ସହ ନିୟମିତ ପୂଜାର୍ଚ୍ଚନା କରନ୍ତୁ। ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ। କଳା କପଡ଼ାରେ ଶମି ବୃକ୍ଷର ଚେରକୁ ବାନ୍ଧି ନିଜ ଦକ୍ଷିଣ ହସ୍ତରେ ଧାରଣ କରନ୍ତୁ।
– ଜଳରେ ଗୁଡ଼ କିମ୍ବା ଚିନି ମିଶାଇ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ। ତେଲର ଦୀପ ଲଗାନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories