www.samajalive.in
Friday, December 12, 2025
15.1 C
Bhubaneswar

ମହଙ୍ଗା ଭତ୍ତା ୫% ବଢ଼ିଲା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ରାଜ୍ୟ ସରକାର ପୂରଣ କରି ସେମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି। ସପ୍ତମ ବେତନ କମିସନଙ୍କ ସୁପାରିସ ଅନୁଯାୟୀ ବକେୟା ରହିଥିବା ୬୦ ପ୍ରତିଶତ ପ୍ରାପ୍ୟ ବାବଦରୁ ୧୦ ପ୍ରତିଶତ ଅନୁଦାନ ଦେବାକୁ ଘୋଷଣା କରିବା ପରେ ଏହାକୁ ନେଇ କେତେକ କର୍ମଚାରୀ ଓ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାକୁ ଦୃ‌ଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ଚାକିରିଆଙ୍କୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେଇ ଖୁସି କରିଛନ୍ତି। ଏ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୂର୍ବରୁ କେନ୍ଦ୍ର ସରକାର ୨୦୧୯ ଜୁଲାଇରୁ ମହଙ୍ଗା ଭତ୍ତା ଲାଗୁ କରିଥିଲେ। ଏହାଦ୍ବାରା କେନ୍ଦ୍ରୀୟ କର୍ମଚାରୀମାନେ ୧୨%ରୁ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ମାତ୍ର ରାଜ୍ୟ ସରକାର ଏହି ମହଙ୍ଗା ଭତ୍ତାକୁ ଚଳିତ ବର୍ଷ ପହିଲାରୁ ଏହାକୁ ଲାଗୁ କରିଛନ୍ତି।

ଏହି ମହଙ୍ଗା ଭତ୍ତା ନିଷ୍ପତ୍ତି ଯୋଗୁଁ ଚଳିତ ବର୍ଷ ରାଜ୍ୟ ସରକାର ଉପରେ ଅତିରିକ୍ତ ୧୨୦୦ କୋଟି ଟଙ୍କାର ବୋଝ ପଡ଼ିବ। ଏଥିଯୋଗୁଁ ପ୍ରାୟ ସାଢ଼େ ୭ଲକ୍ଷ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଅର୍ଥ ବିଭାଗର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ୫ ପ୍ରତିଶତ ମହଙ୍ଗା ଭତ୍ତା ବାବଦକୁ କେବଳ ସରକାରୀ କର୍ମଚାରୀଙ୍କ ପାଇଁ ୮୦୦ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ପେନ୍‌ସନ୍‌ଭୋଗୀଙ୍କ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିବ। ସରକାରଙ୍କ ମହଙ୍ଗା ଭତ୍ତା ଘୋଷଣା କର୍ମଚାରୀ ମହଲରେ ଆନନ୍ଦ ଖେଳାଇଦେଇଛି ବୋଲି ସଚିବାଳୟ ସେବା କର୍ମଚାରୀ ସଂଘ ସମ୍ପାଦକ ବିବେକାନନ୍ଦ ସାମଲ କହିଛନ୍ତି। ଏଥିପାଇଁ ସେ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories