ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଅର୍ନ୍ତଗତ ପାର୍ବତୀପୁର ଛକ ଠାରେ ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଚାଳକ ଗୁରୁତର ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ କରାପଲ୍ଲୀର ଏସ ଡିଲେଶ୍ବର ରେଡ୍ଡୀ (୨୫) ଙ୍କ ମେଡିକାଲ ପହଞ୍ଚିବା ପୂର୍ବରୁ ମୃତ୍ୟୁ ଘଟିଥିବା ବେଳେ ସତ୍ୟନାରାୟଣ ପୁର ର ସିଦ୍ଧାର୍ଥ ପାଣିଗ୍ରାହୀ (୨୬) ଗୁରୁତର ଅବସ୍ଥାରେ ପ୍ରଥମେ ବଡ଼ ମେଡ଼ିକାଲରେ ଚିକତ୍ସିତ ହେବା ପରେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଦେଇଥିବା ଜଣାପଡିଛି। ଶୁକ୍ରବାର ସଂଧ୍ୟାରେ ଡିଲେଶ୍ବର ଗୋପାଳପୁରରୁ କରାପଲ୍ଲୀ ଫେରୁଥିବା ବେଳେ ସିଦ୍ଧାର୍ଥ କରାପଲ୍ଲୀରୁ ଗୋପାଳପୁର ଯାଉଥିଲେ। ପାର୍ବତୀ ପୁର ଛକରେ ଉଭୟଙ୍କ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହ ରାସ୍ତା କଡ଼ରେ ଥିବା ଡିଭାଇଡରରେ ପିଟି ହେବାରୁ ଉଭୟ ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣା ନେଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
Popular Categories



