www.samajalive.in
Friday, December 12, 2025
23.1 C
Bhubaneswar

ହିରୋ ମୋଟୋ କର୍ପର ‘ହିରୋ କନେକ୍ଟ’

ଭୁବନେଶ୍ୱର : ଗ୍ରାହକମାନଙ୍କ ପାଇଁ ଅତିରକ୍ତ ନିରାପତ୍ତା, ସୁରକ୍ଷା ଏବଂ ଡ୍ରାଇଭିଙ୍ଗ ଅନ୍ତର୍ଦୃଷ୍ଟି ତଥା ଗ୍ରାହକ କୈନ୍ଦ୍ରିକ ପ୍ରାଦ୍ୟୋଗିକତା ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ବିଶ୍ୱର ବୃହତମ ମଟରସାଇକେଲ ଏବଂ ସ୍କୁଟର ନିର୍ମାତା ହିରୋ ମୋଟୋକର୍ପ କ୍ଲାଉଡ ଆଧାରିତ ସମାଧାନ, ‘ହିରୋ କନେକ୍ଟ’ ଆରମ୍ଭ କରିଛି। ଲାଇଭ ଟ୍ରାକିଂ, ପଡିଯିବା ଆଲର୍ଟ, ଟୋ ଆୱେ ଆଲର୍ଟ, ଜିଓ ଫେନ୍ସ ଆଲର୍ଟ, ବେଗ ଆଲର୍ଟ ଆଦି ସୁବିଧା ମାଧ୍ୟମରେ ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ ସହିତ ଚାଲିବା ସମୟରେ କିମ୍ବା ରହିଥିବା ବେଳେ ହିରୋ କନେକ୍ଟ ନିରାପତ୍ତା ସୁନିଶ୍ଚିତ କରିଥାଏ। ଏହି ପ୍ରଯୁକ୍ତି କୌଶଳର ଅନ୍ୟ ଏକ ମୁଖ୍ୟ ବିଶେଷତା ହେଲା ଏକ ବର୍ଦ୍ଧିତ ଏବଂ ନିରାପଦ ଅନୁଭୂତି ପାଇଁ ଲଗ୍‍ ଏବଂ ଟ୍ରିପ ବିଶ୍ଳେଷଣରେ ପହଞ୍ଚିବାରେ ସହାୟତା କରିବା ପାଇଁ ରାଇଡରଙ୍କ ବ୍ୟାବହାରିକ ଶୈଳୀ ଆଧାରିତ ଡ୍ରାଇଭିଂ ଅନ୍ତର୍ଦୃଷ୍ଟି। ୪,୯୯୯ ଟଙ୍କାରେ ପ୍ରଚଳନ କରାଯାଇଥିବା ହିରୋ କନେକ୍ଟ ନଏଡା, ଦିଲ୍ଲୀ ଏବଂ ପୁଣେର ବଛାବଛା ଡିଲର୍‍ସିପରେ ଏକ ବର୍ଷର ସଦସ୍ୟତା ସହିତ ଉପଲବ୍ଧ ଅଟେ।

ଏହି ଅବସରରେ ହିରୋ ମୋଟୋକର୍ପର ବୈଷୟିକ ଉତ୍ପାଦ ଯୋଜନାର ମୁଖ୍ୟ ମେଲୋ ଲି ମେସନ କହିଛନ୍ତି, ମୋବାଇଲ ଫୋନ ମାଧ୍ୟମରେ ଚାଳକଙ୍କୁ କନେକ୍ଟିଭିଟି ପ୍ରଦାନ କରିବାରେ ପ୍ରଥମ ମଟରସାଇକେଲ ଏକ୍ସପଲ୍ସ ୨୦୦ପରେ ହିରୋ କନେକ୍ଟ ପରବର୍ତ୍ତୀ ସ୍ତରରେ କନେକ୍ଟିଭିଟି ପ୍ରଦାନ କରୁଛି। ଏହି ନୂତନ କ୍ଲାଉଡ- ସକ୍ଷମ ସେବା ଦ୍ୱାରା ଗ୍ରାହକମାନଙ୍କର ବାଇକ ଚାଳନା ଅନୁଭୂତି ପରିବର୍ଦ୍ଧିତ ହେବା ସହିତ ସମାନ ସମୟରେ ସେମାନଙ୍କର ସାମଗ୍ରିକ ଅନୁଭୂତିକୁ ଅପେକ୍ଷାକୃତ ନିରାପଦ ଏବଂ ସ୍ମାର୍ଟ କରିବା କମ୍ପାନୀର ଲକ୍ଷ୍ୟ। ଯାନରେ ସୁରକ୍ଷିତ ଭାବେ ସଂଯୋଗ କରାଯାଇଥିବା ଏକ ବିଲ୍ଟ-ଇନ ସିମ୍‍ ଦ୍ୱାରା ଏହା ପରିଚାଳିତ ହେଉଛି। ଆପ୍ଲିକେସନ ଏବଂ ଡିଭାଇସ ମଧ୍ୟମରେ ଯୋଗାଯୋଗ ପାଇଁ ଏକ ଗେଟୱେ ପ୍ରଦାନ କରିବାକୁ ଏହା ଏକ ସେଲ୍ୟୁଲର ନେଟୱର୍କ ବ୍ୟବହାର କରିଥାଏ। ଜଣେ ଯେଉଁଠି ବି ଥାଆନ୍ତୁ ନା କାହିିଁକି ଏବଂ ତାଙ୍କର ଦୁଇଚକିଆ ଯେଉଁଠି ବି ଥାଉ ନା କାହିଁକି ସେ ସବୁବେଳେ ଯୋଡିହୋଇ ରହିଥାନ୍ତିି। ତାହାସହିତ ଚାଳକଙ୍କ ସୁରକ୍ଷା ବଢାଇବା ଏବଂ ଚାଳକଙ୍କ ଦୁର୍ଦଶା ସମୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ ଯାନର ପଡିଯିବା କିମ୍ବା ଦୁର୍ଘଟଣାଗ୍ରସ୍ତ ହେବା କ୍ଷେତ୍ରରେ ଏହା ଆପାତ୍‍କାଳୀନ ସମ୍ପର୍କକୁ ସୂଚନା ଏବଂ ଏସଏମ୍‍ଏସ ପଠାଇ ଥାଏ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories