www.samajalive.in
Friday, December 12, 2025
14.1 C
Bhubaneswar

ଅନୁପ ସାଏଙ୍କ ମାମଲାର ତଦନ୍ତ କରି ଗିରଫ କରିଥିବା ସମସ୍ତ ପୁଲିସଙ୍କୁ ମିଳିବ ପୁରସ୍କାର

ବିଳାସପୁର : ପୂର୍ବତନ ବିଜେଡି ବିଧାୟକ ଅନୁପ ସାଏଙ୍କୁ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା ଛତିଶଗଡର ରାୟଗଡ଼ ପୁଲିସ। ଅନୁପ ସାଏଙ୍କୁ ଗିରଫ କରିବା ପୂର୍ବରୁ ପ୍ରମାଣପତ୍ର ହାସଲ କରିବା ପାଇଁ ପୁଲିସ ଟିମ୍‌ ଦିନରାତି ଯୋଜନା କରିବାକୁ ପଡିଥିଲା। ଆଉ ଗିରଫ ପରେ ଏବେ ପୁଲିସ ଟିମ୍‌କୁ ଏହାର ଫଳ ମିଳିବ। ଏହି ମାମଲାରେ ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ପାଇବେ। ଏହି ଘୋଷଣା କରିଛନ୍ତି ବିଲାସପୁର ଆଇ.ଜି ଦିପାଂଶୁ କବିଡ଼ିଆ।

ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅ ବବଲି ଦାଶଙ୍କ ହତ୍ୟାକାଣ୍ଡର ତଦନ୍ତ କରିଥିବା ଛତିଶଗଡର ରାୟଗଡ଼ ପୁଲିସକୁ ବହୁ ଉଦ୍ୟମ କରିବାକୁ ପଡିଛି। ତଦନ୍ତ କରିବା ସମୟରେ ପୁଲିସକୁ ୬ଟି ରାଜ୍ୟରେ ୭ ଶହ ଲୋକଙ୍କୁ ପଚରାଉଚରା କରିବାକୁ ପଡିଥିଲା। ଶେଷରେ ଛତିଶଗଡର ରାୟଗଡ଼ ପୁଲିସ ଉପଯୁକ୍ତ ପ୍ରମାଣ ପତ୍ର ଆଧାରରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ପୁଲିସ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଆଜି ରାୟଗଡ଼ ଜେଏମ୍‌ଏଫ୍‌ସି ଦିଗବିଜୟ ସିଂଙ୍କ କୋର୍ଟରେ ହାଜର କରିଥିଲା। କିନ୍ତୁ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଅନୁପଙ୍କୁ ଜେଲ୍ ଯିବାକୁ ପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories