www.samajalive.in
Friday, December 5, 2025
20.1 C
Bhubaneswar

କରୋନା ଭୟ: ଚୀନରୁ ଫେରିଥିବା ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲା ଉତ୍ତର କୋରିଆ

ପ୍ୟୋନ୍‌ଗ୍ୟାଙ୍ଗ: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ଶାସନ ବ୍ୟବସ୍ଥା ସମସ୍ତଙ୍କୁ ଜଣା। ଛୋଟ ଛୋଟ ଭୁଲ ପାଇଁ ଏହି ଦେଶରେ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥାଏ। ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। କରୋନା ଭୂତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଥିବାବେଳେ ଏଠାରେ ପୀଡ଼ିତମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏପରି କି ଉତ୍ତର କୋରିଆ ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଇଛନ୍ତି। ତାଙ୍କର ଭୁଲ ହେଲା ସେ କରୋନା ସନ୍ଦିଗ୍ଧ ଥିଲେ ଏବଂ ହସ୍ପିଟାଲରେ ସର୍ବସାଧାରଣଙ୍କ ବ୍ୟବହାର ଲାଗି ଉଦ୍ଦିଷ୍ଟ ବାଥରୁମ୍‌ ବ୍ୟବହାର କରିଥିଲେ।

ସୂଚନା ଅନୁସାରେ, ସମ୍ପୃକ୍ତ ଅଧିକାରୀ ଚୀନରୁ ଫେରିବା ପରେ ସେ କରୋନାରେ ଆକ୍ରାନ୍ତ ​ ହୋଇଥିବା ସନ୍ଦେହରେ ତାଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଥିଲା। କିନ୍ତୁ ସେହି ଅଧିକାରୀ ଜଣକ ଭୁଲବଶତଃ ଜାଣି ନ ପାରି ସର୍ବସାଧାରଣଙ୍କ ପାଇଁ ଥିବା ବାଥ୍‌ରୁମକୁ ବ୍ୟବହାର କରିଦେଇଥିଲେ। ଫଳସ୍ବରୂପ ଏହି ତ୍ରୁଟି ପାଇଁ ତାଙ୍କୁ ନିଜ ଜୀବନ ହରାଇବାକୁ ପଡ଼ିଛି। ଦକ୍ଷିଣ କୋରିଆର ଖବରକାଗଜ ଡୋନ୍‌ଗ-ଏ-ଇଲବୋର ରିପୋର୍ଟ ମୁତାବକ, ଅଧିକାରୀ ଜଣକ ସର୍ବସାଧାରଣ ବାଥରୁମ ବ୍ୟବହାର କରିବା କାରଣରୁ ତାଙ୍କଠାରୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଏବଂ ନିୟମର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ପରେ ଏହି ଭୁଲ୍‌ ପାଇଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କେବଳ ଏତିକି ନୁହେଁ, ଦେଶରେ କ୍ବାରେଣ୍ଟାଇନ ସେଣ୍ଟରରେ ପୃଥକ କରି ରଖାଯାଇଥିବା ଲୋକମାନେ ବିନା ଅନୁମତିରେ ସେଠାରୁ ଅନ୍ୟତ୍ର ଗଲେ ସେମାନଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ଘୋଷଣା କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories