www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ସହିଦ୍‍ ମନୋଜଙ୍କ ପ୍ରଥମ ବଳିଦାନ ଦିବସ : ଝୁରୁଛି ଗାଁ, ବିଦ୍ୟାଳୟ ଓ ପରିବାର

ନିଆଳି : ଆଜିକୁ ଠିକ୍‍ ବର୍ଷେ ତଳେ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜାମ୍ମୁ-କାଶ୍ମୀର ପୁଲୱାମା ଜିଲାର ଅବନ୍ତିପୁରଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ୍‍ ଅନ୍ତର୍ଗତ ରତନପୁରର ରତ୍ନ ମନୋଜ ବେହେରା ସହିଦ୍‍ ହୋଇଥିଲେ। ଏହି ଖବର ଶୁଣି ଚାରିଆଡ଼େ ଶୋକର ଛାୟା ଖେଳିଯାଇଥିବା ବେଳେ ୧୬ ତାରିଖ ସହିଦ୍‍ ମନୋଜଙ୍କ ପାର୍ଥିବ ଶରୀର ନିଆଳିଠାରେ ପହଞ୍ଚିବା ପରେ ହଜାର ହଜାର ଜନସାଧାରଣ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିବା ବେଳେ ଗାଁ ସ୍ମଶାନରେ ଶେଷକୃତ୍ୟ ହୋଇଥିଲା। ମନୋଜ ସହିଦ୍‍ ହେବାପରେ ତାଙ୍କ ପରିବାରଙ୍କ ସମେତ ସେ ପଢ଼ୁଥିବା ବିଦ୍ୟାଳୟ ଓ ସାରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା। ମନୋଜଙ୍କ ବାପା ମା’ ଜିଚେନ୍ଦ୍ର ବେହେରା ଓ ମା’ ସାବିତ୍ରୀ ବେହେରା ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ପତ୍ନୀ ଇଲିଲତା ଓ କୁନି ଝିଅ ମନସ୍ୱିନୀଙ୍କ ଆଖିରୁ ଲୁହ ଶୁଖି ନଥିଲା। ପରେ ତାଙ୍କ ପରିବାରକୁ ଛୁଟିଥିଲା ସହାୟତାର ସୁଅ। ପିତା, ମାତା, ସ୍ତ୍ରୀ ଓ ଝିଅ ନାଁରେ ସହାୟତାର ଅର୍ଥ ଛୁଟି ଆସିଥିବାବେଳେ ଶେଷରେ ସହାୟତାକୁ ନେଇ ସହୀଦ୍‍ ପରିବାରରେ ଉପୁଜିଥିଲା ମନାନ୍ତର ଓ ମତାନ୍ତର। ମନୋଜଙ୍କ ବାପା, ବୋଉ ମନୋଜର ସ୍ତ୍ରୀ ଦୋଷ ଦେଉଥିବା ବେଳେ ମନୋଜଙ୍କ ସ୍ତ୍ରୀଙ୍କ ଉପରେ ପାଲଟା ଅତ୍ୟାଚାର ହେଉଥିବା ଜଣାପଡ଼ିବା ପରେ ଏହି ଘଟଣା ପଦାକୁ ଆସିଥିଲା। ଘଟଣାକୁ ନେଇ ବର୍ତ୍ତମାନ ମନୋଜଙ୍କ ସ୍ତ୍ରୀ ଇଲିଲତା ଝିଅକୁ ଧରି ସରକରୀ ବାସଭବନରେ ରହୁଥିବାବେଳେ ଗାଁରେ ରହୁଛନ୍ତି ମନୋଜଙ୍କ ପିତା ମାତା। ଆଜି ମନୋଜଙ୍କ ଜନ୍ମମାଟି ରତନପୁରରେ ପାଳନ ହେଉଛି ତାଙ୍କର ପ୍ରଥମ ବଳିଦାନ ଦିବସ। ୟା ଭିତରେ ବର୍ଷେ ଚାଲିଯାଇଛି ହେଲେ ଆଜି ବି ସହିଦ୍‍ ମନୋଜ ପଢ଼ୁଥିବା ବିଦ୍ୟାଳୟ, ତାଙ୍କ ପରିବାର ଓ ଗାଁ ମନୋଜଙ୍କୁ ଝୁରି ହେଉଛି। ବଷେ ତଳେ ସହିଦ୍‍ ମନୋଜ ପଢ଼ୁଥିବା ତାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନାମକୁ ପରିବର୍ତ୍ତନ କରାଯାଇ ତାଙ୍କ ନାମରେ ନାମିତ କରିବା ଓ ସ୍କୁଲରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କପକ୍ଷରୁ ପ୍ରତିଶ୍ରୃତି ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ନାହିଁ। ଏନେଇ ସହିଦ୍‍ ମନୋଜଙ୍କ ସହପାଠୀ ଓ ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ସହିଦ୍‍ଙ୍କ ଘରକୁ ଭଲ ରାସ୍ତାଟିଏ ନଥିବାବେଳେ ଉକ୍ତ ରାସ୍ତା ଖୁବ୍‍ ଶିଘ୍ର ନିର୍ମାଣ କରିବା ପାଇଁ ପ୍ରତିଶ୍ରୃତି ମିଳିଥିଲେ ମଧ୍ୟ ଅଦ୍ୟାବଧି ଉକ୍ତ ରାସ୍ତା ନିର୍ମାଣ କରାଯାଇ ନାହିଁ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଯାହାହେଉନା କାହିଁକି ସହିଦ୍‍ ମନୋଜ ବେହରାଙ୍କୁ ଅଞ୍ଚଳ ସବୁଦିନ ପାଇଁ ମନରଖିବା ସହ ସେ ଏହି ଅଞ୍ଚଳ ପାଇଁ ଅମର ହୋଇ ରହିବେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories