www.samajalive.in
Wednesday, December 10, 2025
23.1 C
Bhubaneswar

ମହାବାତ୍ୟା ପରଠାରୁ ଆମର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ପରିବର୍ତ୍ତନ ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଧନ ଜୀବନ ସହ ଐତିହ୍ୟର ସୁରକ୍ଷା ଲକ୍ଷ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ୨ୟ ବିଏମ୍‌ଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା ମିଳିତ ଅଭ୍ୟାସ। ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଏହା ବିପର୍ଯ୍ୟୟ ପରିଚାଳନାର ମାନବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି। ଏନ୍‌ଡିଆରଏଫ୍‌ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ମିଳିତ ଅଭ୍ୟାସ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୮୯୧ ପର ଠାରୁ ଓଡ଼ିଶା ଶତାଧିକ ଘୂର୍ଣ୍ଣିଝଡ଼ର ସାମ୍ନା କରିଛି। ତେବେ ୧୯୯୯ ମହାବାତ୍ୟା​‌ ଆମର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗ​‌େ​‌ର ରହିଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ନିଜର ବିପର୍ଯ୍ୟୟ ମୁକାବିଲା ବଳ ଗଠନ କରିଛି। ଶୂନ ମୃତାହାତ ଲକ୍ଷ୍ୟ ନେଇ ଆମେ ପୂର୍ବ ପ୍ରସ୍ତୁତି, ପୂର୍ବାନୁମାନ ଓ ସମ୍ବଳ ପରିଚାଳନାରେ ପର୍ଯ୍ୟାପ୍ତ ପାଣ୍ଠି ବିନିଯୋଗ କରିଛୁ। ଫଳ ସ୍ବରୂପ ଗତ ୫ ବର୍ଷ ମଧ୍ୟରେ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ସଫଳତାର ସହ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିକୁ କମାଇ ପାରିଥିବାରୁ ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ୫ ହଜାର ବର୍ଷ ପୁରାତନ ଐତିହ୍ୟ ରହିଥିବା ବେଳେ ଚଳିତ ବିମ୍‌ଷ୍ଟେକ୍ ମିଳିତ ଅଭ୍ୟାସରେ ଏହାର ସୁରକ୍ଷାକୁ ମୁଖ୍ୟ ବିଷୟବସ୍ତୁ ଭାବେ ଗ୍ରହଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ବିଏମ୍‌ଷ୍ଟେକ୍‌ରେ ସାମିଲ ଥିବା ଦେଶମାନଙ୍କରେ ବହୁ ପୁରାତନ ଐତିହ୍ୟ କୀର୍ତ୍ତିରାଜୀ ରହିଛି। ୨୦୦୧ରେ ଗୁଜୁରାଟ ଓ ୨୦୧୫ରେ ନେପାଳରେ ଭୂକମ୍ପ ଆମ ଐତିହ୍ୟ ପାଇଁ କେତେ ବିପଜ୍ଜନକ ତାହା ବିଚାର କରାଯାଇଥିଲା। ଗତ ୫ ବର୍ଷ ମଧ୍ୟରେ ବିଏମ୍‌ଷ୍ଟେକ୍ ନିଜର ପରିସର ବୃଦ୍ଧି କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଐତିହ୍ୟର ସୁରକ୍ଷା ଦିଗରେ ବେଶ୍‌ ସଫଳ ହୋଇଛି।

- Advertisement -

ଏହି ମିଳିତ ଅଭ୍ୟାସ ଆମ ପାଇଁ ପଥପ୍ରଦର୍ଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଏନ୍‌ଡିଏମ୍‌ଏ ସଦସ୍ୟ ସଚିବ ଜିଭିଭି ଶର୍ମା, ଏନ୍‌ଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ମହାନିର୍ଦେଶକ ଅଭୟ, ଏସ୍‌ଆରସି ପ୍ରଦୀପ କୁମାର ଜେନା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଆଜି ପ୍ରଥମ ଦିନରେ ଭୁବନେଶ୍ବରରେ ଭୂକମ୍ପକୁ ନେଇ ଟେବୁଲ ଟପ୍ ଅଭ୍ୟାସ କରାଯାଇଥିଲା। ଏହି ମିଳିତ ଅଭ୍ୟାସରେ ଭାରତ ସମେତ ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ଓ ମ୍ୟାନ୍‌ମାର ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି। ସେହିପରି ବିଭିନ୍ନ ରାଜ୍ୟ, କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗର ପ୍ରତିନିଧୀଙ୍କୁ ମିଶାଇ ୩୦୦ ବ୍ୟକ୍ତି ଯୋଗ ଦେଇଛନ୍ତି। ଆସନ୍ତା କାଲି ଠାରୁ କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଉପକୂଳରେ ଦୁଇଦିନ ପର୍ଯ୍ୟନ୍ତ ମିଳିତ ଅଭ୍ୟାସ ଆରମ୍ଭ ହେବ। ଏଥିପାଇଁ ସେଠାରେ ପାଣିରେ ବୁଡି ରହିଥିବା ସୂର୍ଯ୍ୟ ମନ୍ଦିର ଓ ଗ୍ରାମ ନିର୍ମାଣ କରାଯାଇଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories