www.samajalive.in
Wednesday, December 10, 2025
16.1 C
Bhubaneswar

ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଦଳରେ ଯଶସ୍ବୀ, ରବି ଓ କାର୍ତ୍ତିକ

ଦୁବାଇ  : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ବକପ୍‌ ଶେଷ ହୋଇଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଏକ ଦଳ ମନୋନୀତ କରାଯାଇଛି। ଏହି ଦଳରେ ଭାରତୀୟ କ୍ରିକେଟ୍‌ ଦଳର ବାମହାତୀ ଓପନର୍‌ ଯଶସ୍ବୀ ଜୟସ୍ବାଲ୍‌, ଲେଗ୍‌ସ୍ପିନର ରବି ବିଷ୍ଣୋଇ ଓ ଡାହାଣହାତୀ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ସ୍ଥାନ ପାଇଛନ୍ତି। ବାଂଲାଦେଶର ଆକବର ଅଲ୍ଲିଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି।

ସୂଚନାଥାଉକି ଏହି ବିଶ୍ବକପ୍‌ରେ ଯଶସ୍ବୀ ୬ଟି ଇନିଂସରୁ ୪୦୦ ରନ୍ ସଂଗ୍ରହ କରିଥିଲେ। ଫଳରେ ସେ ପ୍ଲେୟାର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ହାସଲ କରିଥିଲେ। ସେହିପରି ରବି ବିଷ୍ଣୋଇ ବିଶ୍ବକପ୍‌ରେ ୬ଟି ମ୍ୟାଚ୍‌ ଖେଳି ସର୍ବାଧିକ ୧୭ଟି ୱିକେଟ୍‌ ହାସଲ କରିଥିଲେ। ଅନ୍ୟପକ୍ଷରେ କାର୍ତ୍ତିକ ତ୍ୟାଗୀ ବିଶ୍ବକପ୍‌ରେ ଚମତ୍କାର ବୋଲିଂ କରିବା ସହ ମୋଟ୍‌ ୧୧ଟି ୱିକେଟ୍ ହାସଲ କରିଥିଲେ। ସୂଚନାଥାଉକି ଫାଇନାଲରେ ଭାରତକୁ ପରାସ୍ତ କରି ବାଂଳାଦେଶ ଚମ୍ପିଆନ୍‌ ହୋଇଥିଲା।

- Advertisement -

ଆଇସିସି ଦଳରେ ବାଂଲାଦେଶର ୩ଜଣ କ୍ରିକେଟର୍‌ଙ୍କୁ ସାମିଲ କରାଯାଇଥିବା ବେଳେ ଆଫଗାନିସ୍ତାନ ଏବଂ ୱେଷ୍ଟଇଣ୍ଡିଜର ୨ଜଣ ଲେଖାଏଁ କ୍ରିକେଟର୍‌ଙ୍କୁ ସ୍ଥାନ ମିଳିଛି। କାନାଡ଼ାର ଅକିଲ୍‌ କୁମାରଙ୍କୁ ଦ୍ବାଦଶ ଖେଳାଳି ଭାବେ ସାମିଲ କରାଯାଇଛି।
ଏହି ବିଶ୍ବକପ୍‌ରେ ଭାଷ୍ୟକାର ଭାବେ ଦାୟିତ୍ବ ନିର୍ବାହ କରୁଥିବା ଇଆନ୍ ବିଶପ୍‌, ରୋହନ ଗାଭାସ୍କର, ନାଟାଲି ଜର୍ମାନୋସ୍‌, ଇଏସ୍‌ପିଏନ୍‌ ସାମ୍ବାଦିକ ଶ୍ରେଷ୍ଠ ଶାହା ଓ ଆଇସିସି ପ୍ରତିନିଧି ମେରି ଗୁଡ୍‌ବିୟର ଦଳ ମନୋନୟନ କରିଛନ୍ତି।
ଆଇସିସି ଦଳ : ଯଶସ୍ବୀ ଜୟସ୍ବାଲ୍‌ (ଭାରତ), ଇବ୍ରାହମ୍‌ ଜର୍ଦାନ୍‌ (ଆଫଗାନିସ୍ତାନ), ରବୀନ୍ଦ୍ର ରସନ୍ଥା (ଶ୍ରୀଲଙ୍କା), ମହମ୍ମଦୁଲ୍‌ ହସନ୍‌ ଜୟ (ବାଂଲାଦେଶ), ସାହାଦତ୍‌ ହୁସେନ୍‌ (ବାଂଲାଦେଶ), ନେଇମ୍‌ ୟଙ୍ଗ ( ୱେଷ୍ଟଇଣ୍ଡିଜ), ଆକବର ଅଲ୍ଲି (ବାଂଲାଦେଶ, ଅଧିନାୟକ), ସାଫିକୁଲ୍‌ ଗଫାରି (ଆଫଗାନିସ୍ତାନ), ରବି ବିଷ୍ଣୋଇ (ଭାରତ), କାର୍ତ୍ତିକ ତ୍ୟାଗୀ (ଭାରତ), ଜେଡେନ୍‌ ସିଲ୍‌ସ (ୱେଷ୍ଟଇଣ୍ଡିଜ), ଅନୀଲ କୁମାର (କାନାଡ଼ା, ଦ୍ବାଦଶ ଖେଳାଳି)।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories