www.samajalive.in
Wednesday, December 10, 2025
14.1 C
Bhubaneswar

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲରେ ବିଶୃଙ୍ଖଳା, ୫ କ୍ରିକେଟର୍‌ଙ୍କ ବିରୋଧରେ ଆଇସିସିର କାର୍ଯ୍ୟାନୁଷ୍ଠାନ

ଦୁବାଇ  : ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥିବା କାରଣରୁ ୫ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)। ୫ଜଣଙ୍କ ମଧ୍ୟରେ ୨ଜଣ ଭାରତୀୟ କ୍ରିକେଟର୍‌ ରହିଥିବା ବେଳେ ୩ଜଣ ବାଂଲାଦେଶ କ୍ରିକେଟର୍‌ ଅଛନ୍ତି। ଭାରତୀୟ ସ୍ପିନର ରବି ବିଷ୍ଣୋଇ ଓ ଦ୍ରୁତ ବୋଲର ଆକାଶ ସିଂହଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବାଂଲାଦେଶର ତୋହିଦ୍‌ ହୃଦୟ, ସାମିମ୍‌ ହୁସେନ୍‌ ଓ ରକିବୁଲ ହସନ୍‌ଙ୍କ ବିରୋଧରେ ଆଇସିସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

୫ଜଣ ଯାକ କ୍ରିକେଟର୍‌ ଆଇସିସି ଶୃଙ୍ଖଳାଗତ ନିୟମର ଧାରା ୨.୨୧ ଭଙ୍ଗ କରିଥିବା ଆଇସିସି ତରଫରୁ ଦର୍ଶାଯାଇଥିବା ବେଳେ ରବି ବିଷ୍ଣୋଇ ୨.୨୧ ସହ ୨.୫ ଧାରା ଭଙ୍ଗ କରିଥିବା ଆଇସିସି ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ଧାରା ୨.୨୧ ଅନୁଯାୟୀ କୌଣସି କ୍ରିକେଟର୍‌ ମ୍ୟାଚ୍‌ରେ ବାଧା ସୃଷ୍ଟି କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାଏ। ସେହିପରି ଧାରା ୨.୫ ଅନୁଯାୟୀ ମ୍ୟାଚ୍‌ ସମୟରେ କୌଣସି ଖେଳାଳି ଅସଭ୍ୟ ଭାଷା ପ୍ରୟୋଗ କିମ୍ବା ଭାବଭଙ୍ଗୀ ପ୍ରଦର୍ଶନ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ।

- Advertisement -

ହୃଦୟଙ୍କୁ ସର୍ବାଧିକ ୧୦ଟି ସସ୍‌ପେନ୍‌ସନ ପଏଣ୍ଟ ମିଳିଥିବାରୁ ସେ ୧୦ଟି ମ୍ୟାଚ୍‌, ହୁସେନ୍‌ ଓ ଆକାଶଙ୍କୁ ୮ଟି ସସ୍‌ପେନ୍‌ସନ ପଏଣ୍ଟ ମିଳିଥିବାରୁ ସେମାନେ ୮ଟି ମ୍ୟାଚ୍‌, ହସନ୍‌ଙ୍କୁ ୪ଟି ସସ୍‌ପେନ୍‌ସନ ପଏଣ୍ଟ ମିଳିଥିବାରୁ ସେ ୪ଟି ମ୍ୟାଚ୍‌ ଓ ବିଷ୍ଣୋଇ ୧୦ଟି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଆସନ୍ତା ଦୁଇବର୍ଷ ପାଇଁ ଏହି ନକରାତ୍ମକ ପଏଣ୍ଟ ବଳବତ୍ତର ରହିବ ବୋଲି ଆଇସିସି ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

ବିଶ୍ବକପ୍‌ ଫାଇନାଲରେ ଘଟିଥିବା ବିଶୃଙ୍ଖଳା ସଂପର୍କରେ ପଡ଼ିଆରେ ଉପସ୍ଥିତ ଅମ୍ପାୟାର ସାମ୍‌ ନୋଗାସ୍କି ଓ ଆଡ୍ରିଆନ୍‌ ହୋଲଡଷ୍ଟକ, ତୃତୀୟ ଅମ୍ପାୟାର ରବୀନ୍ଦ୍ର ୱିଲମାଲାସିରି ଓ ଚତୁର୍ଥ ଅମ୍ପାୟାର ପ୍ୟାଟ୍ରିକ ବୋନ୍‌ଗିନି ମ୍ୟାଚ୍‌ ରେଫରି ଗ୍ରାହାମ୍‌ ଲାବରୋୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମ୍ୟାଚ୍‌ ରେଫରି ଭିଡିଓ ଫୁଟେଜ ଦେଖି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଫାଇନାଲ ମ୍ୟାଚ୍‌ରେ ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ ବୋଲି ଆଇସିସି ଜେନେରାଲ ମ୍ୟାନେଜର୍‌ ଜେଫ୍‌ ଆଲାରଡାଇସ୍‌ ମତ ଦେଇଛନ୍ତି। କ୍ରିକେଟ୍‌ରେ ଏପରି ବିଶୃଙ୍ଖଳିତ ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆଇସିସି ତରଫରୁ ସ୍ପଷ୍ଟ କରି ଦିଆଯାଇଛି।

ସୂଚନାଥାଉକି ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ଶେଷ ହେବା ପରେ ବିଜୟୀ ବାଂଲାଦେଶ ଦଳର ଖେଳାଳି ପଡ଼ିଆରେ ପ୍ରବେଶ କରିବା ସହ ଭାରତୀୟ କ୍ରିକେଟର୍‌ଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ। ଏହାକୁ ଜଣେ ଭାରତୀୟ କ୍ରିକେଟର୍‌ ବିରୋଧ କରିବା ସହ ଜଣେ ବାଂଲାଦେଶ କ୍ରିକେଟର୍‌ଙ୍କୁ ଠେଲି ଦେଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଉଭୟ ଦଳର ପ୍ରଶିକ୍ଷକ ଓ ମ୍ୟାଚ୍‌ ଅଫିସିଆଲ୍‌ଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories