www.samajalive.in
Wednesday, December 10, 2025
23.1 C
Bhubaneswar

ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ​‌ରେ ଅନିୟମିତତା ଅଭିଯୋଗ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡିଶାର ବିଜେପି ସାଂସଦମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଘର ଆବଣ୍ଟନ ମାମଲାରେ ଅନିୟମିତତା ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏ ସମ୍ପର୍କରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବା ସହ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁ ଘର ଆବଣ୍ଟନ କରୁଛନ୍ତି ଏହାକୁ କେନ୍ଦ୍ର ସରକାରଙ୍କ ଯୋଜନା ନାଁରେ ଆବଣ୍ଟନ କରିବାକୁ ସେମାନେ ଦାବି କରିଛନ୍ତି। ସେହିପରି ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଣ୍ଟନ ପାଇଁ ଅର୍ଥ ଯୋଗାଇଦେବା ମାମଲାର ତଦନ୍ତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ବିଜେପିର ସାଂସଦମାନେ ଦାବି କରିଛନ୍ତି। ଉଲ୍ଲେଖନୀୟ, ବିଜେପି ସାଂସଦଙ୍କ ମଧ୍ୟରେ ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ, ବସନ୍ତ କୁମାର ପଣ୍ଡା, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଂଦେଓ, ସୁରେଶ ପୂଜାରୀ, ବିଶ୍ୱେଶ୍ବର ଟୁଡୁ, ନୀତେଶ ଗଙ୍ଗଦେବ ଏବଂ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ରହିଥିଲେ।

ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି। ମାତ୍ର ଏହି ଯୋଜନାରେ ଘର ଯୋଗାଇବା ତଥା ମୋଦୀ ସରକାରଙ୍କ ଅର୍ଥ ମାମଲାରେ ରାଜ୍ୟରେ ଅନିୟମିତା ହେଉଛି। ଅପରପକ୍ଷରେ ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁକୁ ଉଲ୍ଲେଖ କରାଯାଉନାହିଁ। ପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାରଙ୍କ ଅନୁଯାୟୀ ରାଜ୍ୟରେ ୧୯ ଲକ୍ଷ ପକ୍କା ଘର ନିର୍ମାଣ ହୋଇଥିବା ବେଳେ ଏହି ୧୯ ଲକ୍ଷ ପକ୍କା ଘର ଭିତରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭ ଲକ୍ଷ ଘର ନିର୍ମାଣ କରାଯାଇଛି। ମୋଦୀ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ବର୍ଷ ୨୦୧୭-୧୮ରେ ୩୧୦୦ କୋଟି, ୨୦୧୮-୧୯ରେ ୩୬୦୦ କୋଟି ଏବଂ ୨୦୧୯-୨୦ ବର୍ଷରେ ୪୮୨୦ କୋଟି ଟଙ୍କାର ଅନୁଦାନ ଦେଇସାରିଛନ୍ତି। ମାତ୍ର ଅନ୍ୟପଟେ ଗତ ତିନିଟି ଆର୍ଥିକ ବର୍ଷରେ ବିଜୁ ପକ୍କା ଘର ପାଇଁ କୌଣସି ଅର୍ଥ ବ୍ୟୟବରାଦ ହୋଇନଥିବା ପତ୍ରରେ ଉଲ୍ଲେଖ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ୧୪ ହଜାର ୭୯୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଓଡିଶାକୁ ଦିଆଯାଇଛି। ‘ଫଣି’ ବାତ୍ୟା ସମୟରେ ମଧ୍ୟ କେନ୍ଦ୍ର ସରକାର ଭାଙ୍ଗିଥିବା ୩.୮୯ ଲକ୍ଷ ଘର ପାଇଁ ୩ ହଜାର ୩୩୮ କୋଟି ରିଲିଫ ସହାୟତା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ତଥା ଏହି ମାମଲାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ବାବଦକୁ ଅର୍ଥ ମିଳିବା ଘଟଣାରେ ଉପଯୁକ୍ତ ତଦନ୍ତ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଜେପିର ସାଂସଦମାନେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ତୋମାରଙ୍କ ନିକଟରେ ଦାବି ଜଣାଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories