www.samajalive.in
Wednesday, December 10, 2025
14.1 C
Bhubaneswar

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ :  ବାଲିଯାତ୍ରାକୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ ମାନ୍ୟତା ପ୍ରଦାନ ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ସୋମବାର କେନ୍ଦ୍ରୀୟ ବଜେଟ୍‍ ୨୦୨୦ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ସାମନ୍ତ କହିଲେ, କଟକ ବାଲିଯାତ୍ରାକୁ ସର୍ବପୁରାତନ, ଦୀର୍ଘ ଓ ସର୍ବବୃହତ ମେଳା କୁହାଯାଉଥିବା ବେଳେ ଏହାକୁ ଜାତୀୟ ମାନ୍ୟତା ଦିଆଯିବା ଉଚିତ। ବଜେଟ ଉପରେ ମତ ରଖି ଶ୍ରୀ ସାମନ୍ତ କହିଲେ, ସଂପ୍ରତି ଜନସାଧାରଣଙ୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ସାଂସଦ ପାଣ୍ଠିକୁ ଦ୍ୱିଗୁଣିତ କରିବା ଏବଂ କନ୍ଧମାଳ ଭଳି ଆସ୍‍ପିରେସନ୍‍ ଜିଲ୍ଲାଗୁଡ଼ିକ ପାଇଁ ସାଂସଦ ପାଣ୍ଠିକୁ ତିନିଗୁଣା ବୃଦ୍ଧି କରାଯିବା ଉଚିତ। ଓଡ଼ିଶାର କେତେକ ମହତ୍ତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରି ଓଡ଼ିଶାର ଦାବି ବାସ୍ତବିକ ଓ ନ୍ୟାୟସଙ୍ଗତ ବୋଲି ସାଂସଦ ଶ୍ରୀ ସାମନ୍ତ ଉଲ୍ଲେଖ କରିଥିଲେ।

ଏଥିରେ ସେ ଓଡ଼ିଶା, ଓଡ଼ିଶାବାସୀ ଓ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗ ଉଲ୍ଲେଖ କରିଥିଲେ। ଓଡ଼ିଶାର ସଫଳତା ବିଷୟ ଉଲ୍ଲେଖ କରି ସେ କହିଲେ ଓଡ଼ିଶାକୁ ଦୁଇ ଦୁଇ ଥର ‘ବେଷ୍ଟ ଷ୍ଟେଟ୍‍ ଇନ୍‍ ସ୍କିଲ୍‍ ଡେଭେଲପ୍‍ମେଣ୍ଟ’ ପୁରସ୍କାର, ‘ସ୍ପୋର୍ଟ୍‍ସଷ୍ଟାର ଆକ୍‍ସ ଆୱର୍ଡ’, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉଟ୍‍ଲୁକ୍‍ ଇଣ୍ଡିଆ ସ୍ପିକ୍‍ ଆଉଟ୍‍ ଆୱାର୍ଡ୍‍ସରେ ‘ବେଷ୍ଟ ଆଡ୍‍ମିନିଷ୍ଟ୍ରେଟର୍‍’ ପ୍ରଦାନ, ନିତି ଆୟୋଗର ଏସ୍‍ଡିଏକ୍‍ସ ଇଣ୍ଡେକ୍‍ସରେ ତିନୋଟି ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନୀତ ହେବା, ପ୍ରାକୃତିକ ଦୁର୍ବିପାକ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ୨୦୧୯ରେ ଓଡ଼ିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷକୁ ‘ଆଇଟି ଏକ୍‍ସଲେନ୍‍ସ’ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଓଡ଼ିଶାର ପ୍ରୟାସ ମାନବ ବିକାଶ ସୂଚକାଙ୍କରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି ବୋଲି କହିଥିଲେ। ଓଡ଼ିଶା ଏବେ ନାହିଁ ନାହିଁର ରାଜ୍ୟରୁ ଅନେକ କିଛିର ରାଜ୍ୟରେ କିଭଳି ପରିଣତ ହୋଇପାରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories