www.samajalive.in
Sunday, December 7, 2025
16.1 C
Bhubaneswar

ବୁଧବାର ରାଶିଫଳ (୧୨.୦୨.୨୦୨୦)

ମେଷ: ଯାହା କରିବେ ଆଜି କରନ୍ତୁ। ଶତ୍ରୁଭାବ ଜାତ ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଚାକିରି ସୁରକ୍ଷିତ ହେବ।

ବୃଷ: ଘାତ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

- Advertisement -

ମିଥୁନ: କାର୍ଯ୍ୟରତ ସମୟରେ ଦୁର୍ଘଟଣା ପ୍ରତି ସତର୍କତା ଆବଶ୍ୟକ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ୍‍ ଓ ପ୍ରେମୀ ହେବେ।

କର୍କଟ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହାତ ଦେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ଭାବେ ଜନାଦୃତ ହେବେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।

ସିଂହ: ଅର୍ଥ ପ୍ରାପ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇପାରନ୍ତି। ଆଶାବାଦୀ ହୋଇପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

କନ୍ୟା: ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ରଣକ୍ଷେତ୍ରରେ ପାରଙ୍ଗମ ହେବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଶାସ୍ତ୍ରଜ୍ଞ ହେବେ।

ତୁଳା: ଅଧିକ ବ୍ୟୟର ସମ୍ମୁଖୀନ ହୋଇ ବ୍ୟସ୍ତ, ବିବ୍ରତ ହୋଇପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଉପୁଜି ପାରେ। ଚଞ୍ଚଳ ସ୍ୱଭାବର ହେବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ଧର୍ମ କର୍ମ ସଂପାଦନ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଥଣ୍ଡାରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସରକାରୀ ମାନ୍ୟତା ମିଳିବ।

ଧନୁ: ମିଳିଥିବା ସୁଯୋଗକୁ ହାତ ଛଡ଼ା କରିବେ ନାହିଁ। ବହୁ ସମ୍ମାନର ଅଧିକାରୀ ହେବେ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

ମକର: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହେବେ। ସମ୍ପତ୍ତିବାନ୍‍ ହୋଇପାରନ୍ତି। ପ୍ରବଳ ଉଦ୍ୟୋଗୀ ହେବେ।

କୁମ୍ଭ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏପରିକି ଯାତ୍ରା ପଥରେ ସତର୍କ ହୋଇ ଚଳିବାକୁ ପଡ଼ିବ। ସ୍ୱାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସର୍ଦ୍ଦି ତଥା କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ରହିବେ।

ମୀନ: ଆଶାକରୁଥିବା କାର୍ଯ୍ୟଟି ହସ୍ତଗତ ହୋଇପାରେ। ସୁଖ-ସମ୍ଭୋଗର ଦିନଟି ଆଜି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହେବେ। ମନରେ ସାମୟିକ ଭାବେ ଅହଂଭାବ ଦେଖା ଦେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀ ପରାମର୍ଶଦାତା ହେବେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories