www.samajalive.in
Saturday, December 6, 2025
17.1 C
Bhubaneswar

ଦେଶର ସବୁ ସ୍କୁଲ ପାଠ୍ୟକ୍ରମରେ ସଂସ୍କୃତ ଶିକ୍ଷା ସାମିଲ ହେବା ଉଚିତ: ଆରଏସଏସ

ନୂଆଦିଲ୍ଲୀ: ଦେଶରେ ଗୁରୁକୂଳ ଶିକ୍ଷା ପଦ୍ଧତିକୁ ପୁଣି ଥରେ ଆରମ୍ଭ କରାଯିବା ଉଚିତ। ଏହା ସହିତ ସଂସ୍କୃତକୁ ଦେଶର ସମସ୍ତ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବା ଆବଶ୍ୟକ। ଏହା ଦ୍ବାରା କାହାକୁ ଭଲ ଲାଗୁ କିମ୍ବା ଖରାପ ଲାଗୁ, ସରକାର ଏ ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ସୁରେଶ ଭୈୟାଜୀ ଯୋଶୀ କହିଛନ୍ତି।

ନୂଆଦିଲ୍ଲୀର ଡୋନା ପାଉଲା ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭୟାଜୀ ଯୋଗଦେଇ କହିଛନ୍ତି, ଯେଉଁମାନେ ଶିକ୍ଷା ପ୍ରଣାଳୀରେ ସକାରାତ୍ମକ ପଦକ୍ଷେପ ନିଅନ୍ତି ସେମାନଙ୍କୁ କେନ୍ଦ୍ର ସରକାର ପ୍ରୋତ୍ସାହିତ କରିବା ଉଚିତ। ଦେଶର ପ୍ରତି ସ୍କୁଲରେ ସଂସ୍କୃତ ଶିକ୍ଷା ଦାନ କରାଯିବା ଉଚିତ। ସଂସ୍କୃତ ସମସ୍ତ ଭାଷାର ଜନନୀ। ଯଦି ଆପଣଙ୍କୁ ଭାରତକୁ ବୁଝିବାକୁ ପଡ଼େ, ତେବେ ସଂସ୍କୃତ ଭାଷା ବିନା ଏହାକୁ ବୁଝିହେବ ନାହିଁ।

- Advertisement -

ଗୁରୁକୂଳ ପରମ୍ପରାକୁ ସମର୍ଥନ କରି ଯୋଶୀ କହିଛନ୍ତି, ବର୍ତ୍ତମାନ ସମୟରେ ଆମେ ଆଶ୍ରମ ଭଳି ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରିପାରିବା ନାହିଁ। କିନ୍ତୁ ଯେତେବେଳେ ଆମେ ଗୁରୁକୂଳ ଶିକ୍ଷା ପଦ୍ଧତିର କଥା କହୁଛେ, ସେତେବେଳେ ଆମେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷା ଉପରେ ଫୋକସ୍‌ କରିବା କଥା ଉଠାଉଛେ। ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାକୁ ଏକ ମିଶନ ଭଳି ଦେଖିବା ଉଚିତ, ବ୍ୟବସାୟ ଭଳି ନୁହେଁ ବୋଲି ଆଜିର ସମୟ ଦାବି କରୁଥିବା ସେ କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories