www.samajalive.in
Saturday, December 6, 2025
23.1 C
Bhubaneswar

ମାଘ ପୂର୍ଣ୍ଣିମା ଉପଲକ୍ଷେ ରାମାୟଣ ନାଟକ ଉଦଘାଟନ କଲେ ମୋହନା ବିଧାୟକ

ମୋହନା : ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମରେ ମାଘ ପୂର୍ଣ୍ଣିମା ଉପଲକ୍ଷେ ମଞ୍ଚସ୍ଥ ହେବାକୁ ଥିବା ନାଟକ ରାମାୟଣକୁ ଉଦଘାଟନ କରିଥିଲେ। ଏହି ଅବସରରେ ଗ୍ରାମବାସୀ ବିଧାୟକ ଦାଶରଥି ଗମାଙ୍ଗଙ୍କୁ ରାଜରାସ୍ତା ବିପୁଳ ଜନସମାବେଶରେ ନାଚ ଗୀତରେ ସୁବେଚ୍ଛା ଜଣାଇ ନାଟକ ସ୍ଥଳକୁ ପାଛୋଟି ନେଇଥିଲେ। ମେରାପଲ୍ଲର ଗ୍ରାମଦେବୀଙ୍କୁ ଦର୍ଶନ କରିବା ସହ ପ୍ରତ୍ୟେକ ସାହି ପରିଦର୍ଶନ କରିଥିଲେ। ସେହିପରି ବିଧାୟକ କେଚାପଙ୍କା ସ୍କୁଲ ଓ ଲୁହାଗୁଡି ପଞ୍ଚାୟତ କାର୍ଯ୍ୟାଳୟକୁ ପରିଦର୍ଶନ କରିଥିଲେ। ସ୍ଥାନୀୟ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଲୁହାଗୁଡି ସରପଞ୍ଚ ଲକ୍ଷ୍ମୀ ଶବର, ସମିତି ସଭ୍ୟ ଭଗବାନ ଦଳାଇ, ନାଏବ ସରପଞ୍ଚ ଷଣ୍ଢ ଶବର, ମୋହନା କଂଗ୍ରେସ ଜୋନ ସଭାପତି ଶଙ୍କର ପ୍ରଧାନୀ ଯୁବ ସମ୍ପାଦକ ଗୌରୀ ପ୍ରଧାନୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମେରାପଲ୍ଲୀ ଗ୍ରାମର ଯୂବକ ସଂଘ ଓ ଗ୍ରାମବାସୀ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories