ବର୍ତ୍ତମାନ ବଲିଉଡରେ ବାୟୋପିକ୍ର ଟ୍ରେଣ୍ଡ ଚାଲିଥିବାବେଳେ ନିର୍ଦେଶକ ଅନୁରାଗ ବସୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ନାମୀ ଗାୟକ ସ୍ବର୍ଗୀୟ କିଶୋର କୁମାରଙ୍କ ଜୀବନୀ ଉପରେ ସେ ବାୟୋପିକ୍ର ଶୁଭାରମ୍ଭ କରିବେ ଘୋଷଣା କରିଛନ୍ତି। ଏହି ଚରିତ୍ର ନିମନ୍ତେ ଅଭିନେତା ରଣବୀର କପୁରଙ୍କୁ ପ୍ରସ୍ତାବ ଦିଆଯାଇଛି। ରଣବୀର ଏଇ ଭୂମିକା ପାଇଁ ଖୁବ୍ ଉତ୍ସାହିତ ଥିବାବେଳେ ଆସନ୍ତା ମାସ ମଧ୍ୟଭାଗରେ ଏହାର ସ୍କ୍ରିନ୍ ଟେଷ୍ଟ ଆରମ୍ଭ ହେବ। ଅନୁରାଗ ଓ ରଣବୀର ପୂର୍ବରୁ ‘ବର୍ଫି’ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ଓ ତାହା ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଦ୍ବିତୀୟ ଥର ଏଇ ଯୋଡ଼ି ଏକତ୍ର କାମ କରିବାକୁ ଯାଉଛନ୍ତି। ପୂରା ସିନେଜଗତର ଆଖି ସେମାନଙ୍କ ଉପରେ ଅଛି। ଏଥିରେ ଅନ୍ୟାନ୍ୟ ଭୂମିକାରେ ଦୀପିକା ପାଦୁକୋନ୍, ସୋନମ୍ କପୁର ଅଭିନୟ କରିବାର ଯୋଜନା ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।
Popular Categories



