www.samajalive.in
Sunday, December 14, 2025
19.1 C
Bhubaneswar

ସୈନିକ ଗୁଳିରେ ୧୭ ସାଧାରଣ ନାଗରିକ ନିହତ

ବ୍ୟାଙ୍କକ୍‌ : ଥାଇଲାଣ୍ଡର ଉତ୍ତର-ପୂର୍ବଞ୍ଚଳ ସହର ନାଖୋନ୍‌ ରାଚାସୀମାଠାରେ ଶନିବାର ଜଣେ ସୈନିକ ଆଖିବୁଜା ଗୁଳିମାରି ୧୭ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ସମ୍ପୃକ୍ତ ସୈନିକର ନାମ ଜାକ୍ରାପନ୍ଥ ଥୋମା ଓ ସେ କାର୍‌ରେ ଆସି ଏକ ସପିଂ ମଲ୍‌ ନିକଟରେ ଏଭଳି କାଣ୍ଡ ଭିଆଇଥିଲା। ହତ୍ୟାକାଣ୍ଡବେଳେ ଗୁଳି ବନ୍ଦ କରିବ କି ନାହିଁ ବୋଲି ପଚାରିଥିବା ବୋଲି ପୁଲିସ କହିଛି। ଏହି ହତ୍ୟାକାଣ୍ଡର ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛି। ଏଭଳି ହତ୍ୟାକାଣ୍ଡ ଥାଇଲାଣ୍ଡରେ ବିରଳ ବୋଲି ପୁଲିସ କହିଛି। ସପିଂ ମଲ୍‌ ନିକଟରେ ଗୁଳି ଚଳାଇବା ପୂର୍ବରୁ ସେ ଏକ ଘରକୁ ଯାଇ ସେଠାରେ ଦୁଇ ଜଣଙ୍କୁ ହତ୍ୟା କରିଥିଲା। ସେନାଶିବର ନିକଟରେ ଗୁଳି ଚଳାଇଥିଲେ ମଧ୍ୟ କେହି ମୃତାହତ ହୋଇ ନାହାନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories