www.samajalive.in
Sunday, December 14, 2025
14.1 C
Bhubaneswar

ଆତଙ୍କୀ ପାଣ୍ଠି ଯୋଗାଣ ମାମଲା : ୧୧ ପର୍ଯ୍ୟନ୍ତ ହାଫିଜର ଶୁଣାଣି ଘୁଞ୍ଚିଲା

ଲାହୋର : ମୁମ୍ବଇ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟଦ ବିରୁଦ୍ଧରେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ୨ଟି ମାମଲାର ଶୁଣାଣିକୁ ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ମାମଲାରେ ଶନିବାର ଏହାର ଶୁଣାଣି ହେବାକୁ ଥିବାବେଳେ ବିଚାରପତି ହାଫିଜର ଅନୁରୋଧ କ୍ରମେ ମଙ୍ଗଳବାର ପର୍ଯ୍ୟନ୍ତ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।
ପାକିସ୍ତାନର ଲାହୋର ଆତଙ୍କବାଦ ବିରୋଧୀ ଅଦାଲତ(ଏଟିସି)ର ବିଚାରପତି ଅରସଦ ହୁସେନ ଭୁଟ୍ଟୋ ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣର ୨ଟି ମାମଲାରେ ଜମାତ ଉଦ ଦାୱାର ପ୍ରମୁଖ ହାଫିଜ ସୟଦ ବିରୁଦ୍ଧରେ ଶୁଣାଣିିକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
ତେବେ ଶନିିବାର ଶୁଣାଣି ପରେ ଅଦାଲତର ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି, ଯେ ହାପିଜ ବିଚାରପତିଙ୍କ ନିକଟରେ ଆବେଦନ କରି କହିଛି ଯେ, ତା’ ବିରୁଦ୍ଧରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନେଇ ଯେତେ ଗୁଡିଏ ମାମଲା ରହିଛି ତାହାର ଏକାଠି ଶୁଣାଣି କରାଯାଉ। ସମସ୍ତ ମାମଲାର ଶୁଣାଣି ପରେ ଚୁଡାନ୍ତ ରାୟ ଘୋଷଣା କରାଯାଉ। ତେବେ ଉପ ସରକାରୀ ଓକିଲ ଏହାକୁ ବିରୋଧ କରିଥିଲେ। ପୂର୍ବରୁ ୨ଟି ମାମଲାର ଶୁଣାଣି ସରିଥିବା ବେଳେ ତୁରନ୍ତ ରାୟ ପ୍ରକାଶ କରିବାକୁ ଦାବି କରିଥିଲେ।
ତେବେ ବିଚାରପତି ଉଭୟ ପକ୍ଷଙ୍କୁ ନୋଟିସ ଜାରି କରି ୧୧ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories