www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଏକ ମହକିଲ ଆଣିଲେ ବଳତ୍କାର ଅଭିଯୋଗ

ଧର୍ମଗଡ: ଆଇନଗତ ସହାୟତା ଯୋଗାଇଦେବା ନାଁରେ ଜନୈକା ମହିଳା ମହକିଲ ପ୍ରତି ଖରାପ ଆଚରଣ କରିବା ଓ ତାଙ୍କ ସହ ଅଶ୍ଳୀଳ କଥା ହେବା ନେଇ ଜୟପାଟଣା ଅଂଚଳର ଜଣେ ଓକିଲଙ୍କ ନାଁରେ ହୋଇଥିବା ଅଭିଯୋଗର ଚର୍ଚ୍ଚା ଥମିନଥିବା ବେଳେ ଏବେ ଧର୍ମଗଡ ଅଂଚଳରେ ସେହି ଅନୁରୁପ ଅଭିଯୋଗ ହୋଇଛି। ତେବେ ଏଥର ଓକିଲ ନୁହଁନ୍ତି ବରଂ ଓକିଲଙ୍କ ପାଖରେ କାମ କରୁଥିବା ବ୍ୟକ୍ତିଗତ ସହାୟକଙ୍କ ନାଁରେ ବଳତ୍କାର ଭଳି ସଂଗୀନ ଅଭିଯୋଗ ଆସିଛି।

ମିଳିଥିବା ସୂଚନାନୁଯାୟୀ, ଧର୍ମଗଡ ଥାନା ଘୁମର ପଂଚାୟତ ଚାଉଲିଆ ପଡାର ଜଣେ ଯୁବତୀ ଗତ ୬ବର୍ଷ ତଳେ କୋକସରା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ବିବାହ କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେତୁ ମହିଳା ଜଣକ କୋର୍ଟରେ ଭରଣ ପୋଷଣ ନେଇ ଏକ ମାମଲା ଦାଏର କରିଥିଲେ। କୋର୍ଟରେ ମାମଲା ଚାଲୁଥିବା ମଧ୍ୟରେ ତାଙ୍କ ମାମଲା ପରିଚାଳନା କରୁଥିବା ଓକିଲଙ୍କ ସହାୟକ ସାମନ୍ତ ନାଏକଙ୍କ ସହ ମହିଳାଙ୍କ ପ୍ରେମ ସଂପର୍କ ଗଢ଼ିଥିଲା। ସେ ମଧ୍ୟ ବିବାହିତ ଅଟନ୍ତି। ଗତ ୫ ତାରିଖ ଦିନ ମହିଳା ଜଣଙ୍କୁ ସାମନ୍ତ ବିବାହ କରିବାକୁ ଡାକି ନେଇଥିଲେ ଏବଂ ଦୁଇ ଦିନ କାଳ ବିଭିନ୍ନ ସ୍ଥାନରେ ରଖି ତା’ସହ ଜୋରଜରଦସ୍ତ ଶାରୀରିକ ସଂପର୍କ ସ୍ଥାପନ ରଖିଥିଲେ କିନ୍ତୁ ବିବାହ କରିନଥିଲେ। ୭ ତାରିଖ ସକାଳେ ସାମନ୍ତ ମହିଳାଙ୍କୁ ଏକ ବାଇକରେ ଆଣି ଗାଁ  ପାଖ ଛକରେ ଛାଡି ଦେଲେ ଏବଂ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସକାଳେ ପୀଡିତା ମହିଳା ଜଣଙ୍କ ଘରେ ପହଂଚିବା ପରେ ପରିବାର ଲୋକ ନିଖୋଜ ସମ୍ପର୍କରେ ପଚାରିବାରୁ ସେ ସବୁ ଘଟଣା ବିଷୟରେ କହିଥିଲେ।

- Advertisement -

ଅନ୍ୟ ପଟରେ ଭଉଣୀ ଘରେ ନଥିବା ବେଳେ ମହିଳାଙ୍କ ଭାଇ ଗୌରଚନ୍ଦ୍ର ଗୋପାଳ ଧର୍ମଗଡ ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ। ପରେ ପୀଡିତା ମହିଳା ଜଣଙ୍କ ଥାନାରେ ପହଞ୍ଚି ପୁଲିସକୁ ବୟାନ ଦେଇଥିଲେ। ପୁଲିସକୁ ମହିଳାଙ୍କ ଅଭିଯୋଗ ଅଧାରରେ ଏକ ଏତଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories