www.samajalive.in
Thursday, December 11, 2025
14.1 C
Bhubaneswar

ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ, ଭିଡିଓ ଭାଇରାଲ

ଧର୍ମଗଡ: ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କ ପିଠି,ଜଂଘରେ ନୋଳ ପଡିଥିବା ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ଭାଇରାଲ ହେଇଥିବା ଦେଖିବାକୁ ମିଳିଛି। ଭିଡିଓଟି କନାଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟର ବୋଲି ଜଣାପଡିଛି। ସାରଦା ମହାନ୍ତି ନାମକ ଜଣେ ସଂସ୍କୃତ ଶିକ୍ଷକ ଜଣେ ଛାତ୍ରଙ୍କ ବାଡିରେ ପିଟିଥିବା ନେଇ ଭିଡିଓରେ ଦାବୀ କରାଯାଇଛି। ଛାତ୍ରଙ୍କ ନାଁ ବିକାଶ ତାଣ୍ଡି ଓ ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ଛାତ୍ର ଜଣକ ପରୀକ୍ଷା ଖାତାରେ ସଂସ୍କୃତ ବଦଳରେ ଇଂରାଜୀରେ ଲେଖିଥିବାରୁ ମାଡ ମାରିଥିବା ଭିଡିଓରେ ବର୍ଣ୍ଣନା କରାଯାଇଛି। ସ୍କୁଲ ପରିସର ଏକ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବାବେଳେ ଶିକ୍ଷକଙ୍କ ଏପରି ଆଚରଣ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଶିକ୍ଷକ ସାରଦା ମହାନ୍ତିଙ୍କ ସହ ଯୋଗାଯୋଗ କଲାପରେ ସେ ଛାତ୍ରକୁ ପିଟିଥିବା କଥାକୁ ସ୍ୱିକାର କରିଛନ୍ତି। ଶିକ୍ଷକ କେବେ ବି ଛାତ୍ରର ଅମଙ୍ଗଳ ପାଇଁ ପିଟନ୍ତି ନାହିଁ। ତା’ ଭଲ ପାଇଁ ତାକୁ ପିଟିଛି ବୋଲି ନିଜ ସପକ୍ଷରେ ସେ ଯୁକ୍ତି ବାଢ଼ିଛନ୍ତି। ପରେ ଛାତ୍ର ଜଣକୁ ଧର୍ମଗଡ ଆଣି ତାକୁ ଔଷଧ କିଣି ଦେଇଥିବା କଥା ମଧ୍ୟ କହିଛନ୍ତି। କାଲି ଯଦି ପିଲା ଫେଲ ହୋଇଯିବ ତା’ବାପାମାଁ ଆମକୁ କହିବେ ନା ନବିନ ପଟ୍ଟନାୟକକୁ କହିବେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ସ୍କୁଲ ବାହାର କିଛି ଲୋକ ଛାତ୍ରଜଣକୁ ଡାକି ଭିଡିଓ କରି ଭାଇରାଲ କରିଥିବା ସେ  କହିଛନ୍ତି। ଏହା ସହ ଛାତ୍ର ଜଣକ ମଧ୍ୟ ନିଜ ଭୂଲର ଏକ ସ୍ୱିକାରେକ୍ତି ଦେଇଥିବା ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି। ଉକ୍ତ ସ୍ୱିକାରୋକ୍ତିରେ ଛାତ୍ର ଜଣକ ଲେଖିଛନ୍ତି ଯେ ସେ ଦୀର୍ଘ ଦିନ ହେଲା ସ୍କୁଲରେ ଅନୁପସ୍ଥିତ ଥିଲା ଏବଂ ବିଗତ ଦିନରେ ହୋଇଥିବା ପ୍ରିବୋର୍ଡ ପରୀକ୍ଷାରେ ଜାଣିଜାଣି ସଂସ୍କୃତ ଭାଷା ପରୀକ୍ଷା ଖାତାରେ ଇଂରାଜୀ ଭାଷାରେ ଉତ୍ତର ଲେଖିଥିଲା। ସାର ତା’ଭଲ ପାଇଁ ତାକୁ ପିଟିିଛନ୍ତି ଓ ଏଥିରେ ସାରଙ୍କ କିଛି ଦୋଷ ନାହିଁ। ଅନ୍ୟପଟେ ଏହି ଘଟଣାରେ ବ୍ଳକ ଶିକ୍ଷାଧିକାରୀ ମଧ୍ୟ ଶ୍ରୀ ମହାନ୍ତିଙ୍କୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଥିବା ଜଣାପଡିଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories