www.samajalive.in
Thursday, December 11, 2025
15.1 C
Bhubaneswar

କରୋନା ଅପଡେଟ – ସ୍ଥିତି ପରଖିଲେ କେନ୍ଦ୍ରୀୟ ଟିମ୍‍

କଟକ: ରାଜ୍ୟରେ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଗୁରୁବାର ୩ ଜଣିଆ କେନ୍ଦ୍ରୀୟ ଟିମ୍‍ କଟକ ଏସ୍‍.ସି.ବି. ମେଡିକାଲ୍‍ ପରିଦର୍ଶନରେ ଆସିଛନ୍ତି। ଏହି ଟିମରେ ଥିବା ଡକ୍ଟର ଶିଖା ବର୍ଦ୍ଧନ, ଡକ୍ଟର କପୁର ଚୌଧୁରୀ ଏବଂ ଡକ୍ଟର ଅନୁରାଧା ସୁଲାନିଆ ଏସ୍‍.ସି.ବି.ରେ ଥିବା ସ୍ୱତନ୍ତ୍ର କରୋନା ଚିକିତ୍ସା ୱାର୍ଡ଼ ବୁଲିବା ସହ ଏଠାରେ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ତେବେ କରୋନା ସ୍ଥିତି ଅନୁଧ୍ୟାନ ତଥା ଏସ୍‍.ସି.ବି.ରେ ପ୍ରସ୍ତୁତି ସମୀକ୍ଷା ପରେ କମିଟି କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଖୁବ୍‍ ଶୀଘ୍ର ରିପୋର୍ଟ ଦେବ ବୋଲି କହିଛି। କେନ୍ଦ୍ରୀୟ ଟିମ୍‍ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍‍ ହସ୍ପିଟାଲ୍‍ ଏବଂ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ମଧ୍ୟ ପରିଦର୍ଶନ କରିଥିଲା।

ଅପରପକ୍ଷେ, ଓଡ଼ିଶାରେ କରୋନା ଭୂତାଣୁ ନେଇ ଆତଙ୍କିତ ନ ହେବାପାଇଁ ଡି.ଏମ୍‍.ଇ.ଟି. ଡାକ୍ତର ସି.ବି.କେ. ମହାନ୍ତି ପରାମର୍ଶ ଦେଇଛନ୍ତି। ଡକ୍ଟର ମହାନ୍ତିଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩୩ ଜଣ ଯାତ୍ରୀ ଥାଇଲ୍ୟାଣ୍ଡ୍‍ ଓ ଚୀନ୍‍ରୁ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କଠାରେ କରୋନା ଭୂତାଣୁ ଥିବା ସନ୍ଦେହ କରାଯାଉଥିଲା। ତେବେ ୧୦ ଜଣଙ୍କୁ ପ୍ରାଥମିକ ପରାମର୍ଶ ପରେ ଛାଡ଼ି ଦିଆଯାଇଛି। ଜଗତ୍‍ସିଂହପୁରର ଜଣେ ରୋଗୀଙ୍କୁ ମଧ୍ୟ ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରି ଏସ୍‍.ସି.ବି.ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପଠାଯାଇଛି। ସେହିପରି ପୁଣେକୁ ପଠାଯାଇଥିବା ୫ଟି ରକ୍ତ ନମୁନାରେ କରୋନା ଭୂତାଣୁ ନ ଥିବା ଜଣାପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories