www.samajalive.in
Wednesday, December 10, 2025
26.1 C
Bhubaneswar

ଗାଙ୍ଗୁଲିଙ୍କ ଏହି ରେକର୍ଡ ଭାଙ୍ଗିଲେ ବିରାଟ

ହାମିଲଟନ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଏକ ରେକର୍ଡ ବୁଧବାର ଭାଙ୍ଗିଛନ୍ତି ଟିମ ଇଣ୍ଡିଆର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି। କୋହଲି ଅଧିନାୟକ ଭାବେ ଦିନିକିଆରେ ସର୍ବାଧିକ ରନ ହାସଲ କରିବା ମାମଲାରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଟପି ଯାଇଛନ୍ତି। ସେ ବୁଧବାର ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ଗାଙ୍ଗୁଲି ଅଧିନାୟକ ଭାବେ ଦିନିକିଆରେ ୫,୧୦୪ ରନ କରିଥିବା ବେଳେ ବିରାଟ ଆଜି ୫୧ ରନ୍‌ର ଇନିଂସ୍‌ ଖେଳି ୫୧୨୩ ରନ୍‌ କରିଛନ୍ତି। ବିରାଟ ୮୭ଟି ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି। ଅଧିନାୟକ ହିସାବରେ ସେ ୨୧ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ୱରେ ବିରାଟ ଅଧିନାୟକ ହିସାବରେ ସର୍ବାଧିକ ରନ୍‌ ସଂଗ୍ରହ କରିବା ତାଲିକାର ୭ ନଂ ଏବଂ ଭାରତୀୟଙ୍କ ମଧ୍ୟରେ ୩ ନଂ ସ୍ଥାନରେ ରହିଛନ୍ତି।
ସେହିଭଳି ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ହୋଇଥିବା ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିଲେ। କୋହଲି ୯୨୮ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୯୧୧ ପଏଣ୍ଟ ସହ ରହିଛନ୍ତି। ଅନ୍ୟତମ ଭାରତୀୟ ବ୍ୟାଟସମ୍ୟାନ୍‌ ଚେତେଶ୍ବର ପୂଜାରା ୭୯୧ ପଏଣ୍ଟ ସହ ୬ନଂରେ ରହିଥିବା ବେଳେ ରାହାଣେ ୭୫୯ ପଏଣ୍ଟ ସହ ୮ନଂରେ ରହିଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories