www.samajalive.in
Wednesday, December 10, 2025
26.1 C
Bhubaneswar

ଜାତୀୟକରଣ ବ୍ୟାଙ୍କରେ ରହିବ ‘ଜଗା’ର ଟଙ୍କା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ସମାଜ ପୋଟାଲ ଡେସ୍କ : ଆଉ ଘରୋଇ ବ୍ୟାଙ୍କରେ ରହିପାରିବ ନାହିଁ ଜଗନ୍ନାଥଙ୍କ ହୁଣ୍ଡି ଏବଂ କର୍ପସ ଫଣ୍ଡ ଟଙ୍କା। ଏନେଇ ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ବୈଠକରେ ଶ୍ରୀମନ୍ଦିର ପାଣ୍ଠିକୁ କେଉଁ ବ୍ୟାଙ୍କରେ ରଖାଯିବ ଏନେଇ ଆଲୋଚନା ହୋଇଥିଲା।

ଉକ୍ତ ବୈଠକରେ ଶ୍ରୀମନ୍ଦିର ପାଣ୍ଠି ଏବଂ କର୍ପସ ଫଣ୍ଡ ଟଙ୍କା କେବଳ ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, ମନ୍ଦିରର ଫାଉଣ୍ଡେଶନ ପାଣ୍ଠି ଏବଂ କର୍ପସ ଫଣ୍ଡ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଟଙ୍କା ରଖିବା ନେଇ ବ୍ୟାଙ୍କଗୁଡ଼ିକଠାରୁ ଆବେଦନ ଆହ୍ବାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ। ଏହାପରେ ତା ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କକୁ ଟଙ୍କା ଜମା ପାଇଁ ପ୍ରସ୍ତାବ ଦିଆଯିବ। ଗୋଟିଏ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନରଖି ୨ରୁ ୩ଟି ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖିବାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କ୍ରିଷନ କୁମାର।

- Advertisement -

ସୂଚନା ଅନୁସା‌ରେ ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡି ଏବଂ କର୍ପସ୍ ଫଣ୍ଡ ଟଙ୍କା ଏକ ଘରୋଇ ବ୍ୟାଙ୍କରେ ଜମା ହୋଇରହି ଥିଲା। ମହାପ୍ରଭୁଙ୍କର ପ୍ରାୟ ୬୦୦ କୋଟି ଟଙ୍କାକୁ ଜାତୀୟକରଣ ବ୍ୟାଙ୍କରୁ ଉଠାଇ ଏକ ଘରୋଇ ବ୍ୟାଙ୍କରେ ଜମା କରାଯାଇଥିଲ। ଯାହାକୁ ନେଇ ଖବର ସାମ୍ନାକୁ ଆସିବା ପରେ ସେବାୟତ, ବୁଦ୍ଧିଜୀବୀ ଏବଂ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେଉଁ ସ୍ୱାର୍ଥରେ ଶ୍ରୀମନ୍ଦିର ପ୍ରଶାସନ ଜାତୀୟକରଣ ବ୍ୟାଙ୍କରୁ ଜଗାର ଟଙ୍କା ଉଠାଇ ଘରୋଇ ବ୍ୟାଙ୍କରେ ଜମାଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories